• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚଣା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ । ଅନେକ ରୋଗରୁ ଚଣା ମୁକ୍ତି ଦେଇଥାଏ । ବିଶେଷ କରି ଗୁଡ଼ ସହ ଯଦି ଚଣା ଆପଣ ଖାଉଥାଆନ୍ତି ତେବେ ଆପଣଙ୍କୁ ଅନେକ ଲାଭ ମିଳିବ । ପ୍ରୋଟିନ୍, କ୍ୟାଲସିୟମ ଓ ଫାଇଭର ଭଳି ଅନେକ ପୋଷକ ତତ୍ତ୍ୱ ଏଥିରେ ଭରି ରହିଛି । ଯାହା ଆପଣଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ । ମଧୁମେହ ରୋଗୀଙ୍କ ପା‌ଇଁ ଗୁଡ଼ ଓ ଚଣା ଏକାଠି ଖାଇବା ବେଶ୍‌ ଭଲ ।

ଖାଲି ସେତିକି ନୁହେଁ ଗୁଡ଼ ଓ ଚଣା ଖାଇବା ଦ୍ୱାରା ରକ୍ତର ଶର୍କରା ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ସବୁଠାରୁ ବଡ଼ କଥା କ’ଣ ଜାଣିଛନ୍ତି ? ଏଥିରେ ଭରପୁର ଆଇରନ୍ ରହିଥାଏ । ଯାହାକି ରକ୍ତ ଅଭାବଠୁ ଦୂରରେ ରଖିଥାଏ । ଗର୍ଭବତୀ ମହିଳା ମାନେ ଚଣା ସେବନ କରିବା ଦ୍ୱାରା ବେଶ୍‌ ଉପକାର ମିଳିଥାଏ ।

ଗୁଡ଼ ଦ୍ୱାରା ଚଣାକୁ ସେବନ କଲେ ସ୍ମରଣ ଶକ୍ତି ବଢ଼ିବା ସହ ଖାଦ୍ୟ ଭଲଭାବେ ହଜମ ହୋଇଥାଏ । ଚଣା ଖାଇବା ଦ୍ୱାରା ଆହୁରି ଅନେକ ଫାଇଦା ମିଳିଥାଏ । ମେଦବହୁଳତା ଲୋକଙ୍କ ଓଜନ ହ୍ରାସ କରିଥାଏ ଚଣା । ଚଣାରେ ଭରପୂର କ୍ୟାଲସିୟମ ଭରି ରହିଛି । ଏହା ହାଡ଼ ମଧ୍ୟ ମଜଭୂତ କରିଥାଏ । ଚଣା ଖାଇବା ଦ୍ୱାରା ଅଣ୍ଟା ଯନ୍ତ୍ରଣା କମ୍‌ ହେବା ସହ ହଜମ ମଧ୍ୟ ଠିକ୍‌ କରାଇଥାଏ ।