/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643692514.jpg)
chatpata mushroom recipe
ଆପଣ କେବେ ଛତୁର ଏହି ‘ଚଟ୍ପଟା ମସ୍ରୁମ୍’ ରେସିପି ଖାଇଛନ୍ତି କି । ଯଦି ଖାଇ ନାହାଁନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚଟ୍ପଟା ମସ୍ରୁମ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
‘ଚଟ୍ପଟା ମସ୍ରୁମ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଛତୁ, କଟା ପିଆଜ, କଟା ଆଳୁ, କଟା ଟମାଟ, ରସୁଣ-ଅଦା ପେଷ୍ଟ୍ , ହଳଦୀ, କଟା ଧନିଆ ପତ୍ର, ଲେମ୍ବୁ, କଟା କଂଚା ଲଙ୍କା, ତେଲ, ଫୁଟଣ, ଲଙ୍କା ଗୁଣ୍ଡ, ଧନିଆ ପାଉଡର୍, ଜିରା ପାଉଡର୍, ଗରମ ମସଲା ପାଉଡର୍ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ ।
- ଏହାପରେ କରେଇ ବସାଇ ତେଲ ଦିଅନ୍ତୁ ।
- ତେଲ ଗରମ ହେବା ପରେ ଛୋଟ ଛୋଟ କଟା ହୋଇଥିବା ଆଳୁକୁ ପକାଇ ଭାଜିନ୍ତୁ।
- ଆଳୁ ଭାଜି ହୋଇଯିବା ପରେ ତାକୁ ଏକ ପ୍ଲେଟରେ ବାହାର କରି ଆଣନ୍ତୁ।
- ଏବେ କରେଇରେ ତେଲ ଗରମ କରି ଫୁଟଣ, ପିଆଜ ପକାଇ ହାଲକା ଭାଜନ୍ତୁ।
- ପିଆଜ ଟିକେ ଲାଲ୍ ହୋଇଗଲେ କଟା କଂଚା ଲଙ୍କା, ଟମାଟୋ, ଅଦା-ରସୁଣ ପେଷ୍ଟ, ହଳଦୀ ପକାଇ ମସଲାକୁ ଭଲ ଭାବେ କସି ଦିଅନ୍ତୁ।
- ବର୍ତ୍ତମାନ ଏଥିରେ କଟା ହୋଇଥିବା ଛତୁକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
- ଏବେ ଆଂଚକୁ ମିଡିୟମରେ ରଖି ଏକ ଘୋଡଣି ଦେଇ ଛତୁକୁ ସିଝିବାକୁ ଦିଅନ୍ତୁ।
- ଛତୁରୁ ପାଣି ହାଲକା ଶୁଖିବା ପରେ ଘୋଡଣି ବାହାର କରି ସେଥିରେ ଭଜା ଆଳୁ, ଲୁଣ, ଜିରା ପାଉଡର୍, ଧନିଆ ପାଉଡର୍, କଟା ଧନିଆ ଓ ଗରମ ମସଲା ପକାଇ ଭଲ ଭାବେ ଘାଣ୍ଟିଦିଅନ୍ତୁ ଏବଂ ପୁଣିଥରେ ଘୋଡଣି ଦିଅନ୍ତୁ।
- ଛତୁ ସମ୍ପୂର୍ଣ୍ଣ ସିଝିବା ପରେ ଉପରେ ଲେମ୍ବୁ ରସ ପକାନ୍ତୁ ଏବଂ ଭଲ କରି ମିଶାଇ ଦିଅନ୍ତୁ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚଟପଟା ଛତୁ’। ଏହାକୁ ରୁଟି, ପରଟା କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।
'chatpata masroom'Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)