• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ଚିକେନ ରସା'

ଘରେ ଆମେ ଚିକେନରେ ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଚିକେନର ଏକ ନୂଆ ପ୍ରକାରର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପି ବନେଇବା ଅତି ସହଜ ଓ ସରଳ । ଏହି ରେସିପିର ନାଁ ହେଉଛି ‘ଚିକେନ୍ ନଡ଼ିଆ ରସା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଚିକେନ୍ ନଡ଼ିଆ ରସା’ ପାଇଁ ଆବଶ୍ୟକ ସାମଗ୍ରୀ:

ଚିକେନ୍‌,ପିଆଜ,ଟମାଟୋ,କଞ୍ଚା ଲଙ୍କା,ଡାଲ୍‌ଚିନି,ଗୋଲ ମରିଚ,ତେଲ,ଜିରା ଗୁଣ୍ଡ,ଧନିଆ ଗୁଣ୍ଡ,ଲଙ୍କା ଗୁଣ୍ଡ,ହଳଦି ଗୁଣ୍ଡ,ଲୁଣ,ତେଜପତ୍ର,ଅଦା ଓ ରସୁଣ ପେଷ୍ଟ୍‌,ନଡ଼ିଆ ରସ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ରିଫାଇନ୍ ତେଲ ପକାନ୍ତୁ।
  • ତେଲ ଗରମ ହେବା ପରେ ସେଥିରେ ଗୋଟା ଗୋଲ ମରିଚ, ତେଜପତ୍ର ଓ ଡାଲଚିନି ସହ ଲଙ୍କା ଗୁଣ୍ଡ ପକାନ୍ତୁ।
  • ଏହା ସହିତ ସେଥିରେ କିଛି କଟା ପିଆଜ ଏବଂ ଟମାଟୋ ପକାଇ ଭାଜନ୍ତୁ।
  • ପିଆଜ ଟିକେ ଲାଲ୍‌ ହୋଇଯିବା ପରେ ସେଥିରେ ଅଦା ଓ ରସୁଣ ପେଷ୍ଟ୍‌ ପକାଇ ମସଲାକୁ ଭଲ ଭାବେ କଷନ୍ତୁ।
  • ମସଲା କଷି ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ।
  • ଚିକେନ୍‌ରେ ହଳଦି ଓ ଲୁଣ ପକାନ୍ତୁ ଏବଂ ଭଲ ଭାବେ ଗୋଳାଇ କଷନ୍ତୁ।
  • ଚିକେନ୍‌ ଭଲ ଭାବେ କଷି ହୋଇଯିବା ପରେ ସେଥିରେ କଟା ପିଆଜ, ଜିରା ଓ ଧନିଆ ଗୁଣ୍ଡ ପକାନ୍ତୁ ଓ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ଆଉ କିଛି ସମୟ ଚିକେନ୍‌କୁ କଷନ୍ତୁ ।
  • ଚିକେନ ପୂରା କଷି ହୋଇଯିବା ପରେ ସେଥିରେ ନଡ଼ିଆ ରସ ପକାଇ ଅଳ୍ପ ପାଣି ଦିଅନ୍ତୁ ।
  • ଏହାପରେ କଡ଼େଇରେ ଢାଙ୍କୁଣି ଦେଇ ଏହାକୁ ସିଝିବାକୁ ଛାଡ଼ି ଦିଅନ୍ତୁ।
  • ଚିକେନ୍ ସିଝି ଗଲା ପରେ କଡ଼େଇକୁ ଗ୍ୟାସ୍‌ରୁ ଓହ୍ଲାଇ ଆଣନ୍ତୁ।
  • ଏହାପରେ ଚିକେନକୁ ଏକ ପ୍ଲେଟ୍ କୁ କାଢି  କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ୍ ନଡ଼ିଆ ରସା’। ଏହି ରେସିପିଟି ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଆପଣ ଏହି ରେସିପ୍ଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।