• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ଦହି ପନିର'

ପର୍ବପର୍ବାଣୀ ଆସିଲେ ଘରେ ସାଧାରଣତଃ ବିନା ପିଆଜ ରସୁଣରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ତେବେ ଆପଣ ମଧ୍ୟ ବିନା ପିଆଜ ରସୁଣରେ ସୁଆଦିଆ ରେସିପି ଘରେ ବନେଇ ପାରିବେ । ଏନେଇ ଆପଣଙ୍କ ପାଇଁ ଆମେ ନେଇ ଆସିଛୁ ସ୍ୱାଦିଷ୍ଟ ରେସିପି । ଏହି ରେସିପିର ନାଁ ହେଉଛି ‘ଦହି ପନିର’ । ଏହାକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଦହି ପନିର’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ପନୀର, ଦହି, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ତେଲ, କସ୍ତୁରୀ ମେଥି, କାଜୁ, ଧନିଆ ପାଉଡର, କଞ୍ଚାଲଙ୍କା, କ୍ରିମ, ପୁଦିନା ପତ୍ର ଓ ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପନୀରକୁ କ୍ୟୁବ୍‌ ସାଇଜ୍‌ରେ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ।
  • ଏହାପରେ ଏକ ପାତ୍ରରେ ରିଫାଇନ୍‌ ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, କସ୍ତୁରୀ ମେଥିକୁ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ।
  • ସେଥିରେ ପନୀରକୁ ଭଲ ଭାବେ ଗୋଳାଇ ମ୍ୟାରିନେଟ୍‌ କରି ଦିଅନ୍ତୁ।
  • ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ପନିରକୁ ହାଲକା ଫ୍ରାଏ କରି ଦିଅନ୍ତୁ ।
  • ଏହାପରେ ସେହି ପ୍ୟାନ୍‌ରେ ଅଳ୍ପ ତେଲ ଦେଇ ଗରମ କରନ୍ତୁ ।
  • ଏହାପରେ ସେଥିରେ ଶୁଖିଲା ଲଙ୍କା, ଛୋଟ ଛୋଟ ହୋଇ କଟା ହୋଇଥିବା ଅଦା ଓ ଗୁଜରାତିକୁ ଛୋଟ ଛୋଟ କରି ପକାନ୍ତୁ।
  • ଏବେ ସେଥିରେ ଅଳ୍ପ ପାଣିପକାଇ ଦିଅନ୍ତୁ।
  • ଅନ୍ୟ ଏକ ପାତ୍ରରେ ଦହି ନେଇ ସେଥିରେ ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପାଉଡର ଓ ସିଝା କାଜୁ ପେଷ୍ଟକୁ ଭଲ ଭାବେ ମିଶାନ୍ତୁ।
  • ଏହି ମିଶ୍ରଣକୁ ତେଲ ଗରମ ଥିବା ପ୍ୟାନରେ ପକାଇ ଭଲ ଭାବେ ଘାଣ୍ଟନ୍ତୁ।
  • ଏହାପରେ ମସଲା ଭଲ ଭାବେ କଷି ହେବା ପରେ ସେଥିରେ ପାଣି ଓ ଲୁଣ ଦିଅନ୍ତୁ ।
  • ଏବେ ସେଥିରେ କଞ୍ଚାଲଙ୍କା ପକାନ୍ତୁ, ଏହାପରେ ପନୀର ପକାଇ ଅଳ୍ପ ସମୟ ପାଇଁ ଫୁଟାଇ ବନ୍ଦ କରି ଦିଅନ୍ତୁ।
  • ଏହାପରେ କିଛି କ୍ରିମ, କଟା ପୁଦିନା ଓ ଧନିଆ ପତ୍ର ପକାଇ ସଜାଇ କରନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଦହି ପନିର’ । ଏହି ରେସିପିଟିକୁ ଫ୍ରାଏଡ୍ ରାଇସ୍ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଆପଣ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।