• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ଘରେ ବନାନ୍ତୁ ‘ବାଦାମ ଚିକ୍କି’

ମକର ସଂକ୍ରାନ୍ତି ଅବସରରେ ଘରେ ବିଭିନ୍ନ ମିଠାର ରେସିପି ତିଆରି ତିଆରି କରାଯାଏ । ତେବେ ଏହି ଦିନ ଘରେ ଆପଣ ଚାହିଁଲେ ବାଦାମ ଚିକ୍କି ତିଆରି କରିପାରିବେ। ଶୀତ ଦିନ ଶରୀରରକୁ ଏହା ଗରମ ରଖିବା ସହ ଶକ୍ତି ପ୍ରଦାନ କରିଥାଏ । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଳଭି ପ୍ରସ୍ତୁତ କରାଯାଏ ।

‘ବାଦାମ ଚିକ୍କି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଚିନାବାଦମ୍- ୨ କପ୍,ଗୁଡ଼-ଦେଧ କପ୍,ଘିଅ-୧କପ୍

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡେଇ ବସେଇ ବାଦାମକୁ ଭଲ ଭାବେ ଭାଜି ଜିଅନ୍ତୁ ।
  • ଏହାପରେ ବାଦାମକୁ ଭାଜି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ କଡେଇରେ ଅଳ୍ପ ଘିଅ ପକାନ୍ତୁ
  • ଘିଅ ଗରମ ହୋଇଗଲେ ସେଥିରେ ଗୁଡ଼ ପକାନ୍ତୁ ।
  • ଏହାପରେ ସେଥିରେ ଗୁଡ ଏବଂ ପାଣି ପକାଇ ଏକ ମିଶ୍ରଣ ତିଆରି କରନ୍ତୁ।
  • ଏହାପରେ ସେଥିରେ ଭଜା ଚିନାବାଦାମ ପକାଇ ମିଶାନ୍ତୁ।
  • ଏହାପରେ ବାଦାମ ଓ ଗୁଡ଼ ଭଲଭାବେ ମିଶିଗଲେ ଚୁଲିକୁ ବନ୍ଦ କରି ଦିଅନ୍ତୁ ।
  • ଏହାପରେ ଏକ ଥାଳିରେ ସବୁଆଡେ ଘିଅ ଲଗାଇ ଦିଅନ୍ତୁ ।
  • ଗୁଡ ଏବଂ ଚିନା ବାଦାମର ମିଶ୍ରଣକୁ ଥାଳିକୁ ବାହାର କରି ଆଣନ୍ତୁ
  • ଏହାପରେ ଏହାକୁ ସବୁଆଡେ ଖେଳାଇ ଏକ୍ ସେପ୍ ଦିଆନ୍ତୁ ।
  • କିଛି ସମୟ ପରେ ଥଣ୍ଡା ହୋଇଗଲେ ଆପଣ ଯେଉଁ ଆକାରରେ ଖାଇବାକୁ ଚାହିଁବେ ସେହି ଆକାର ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁଆଦିଆ ‘ବାଦାମ ଚିକ୍କି’ । ମକରରେ ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ।