ଆମ ଚଳଣିରେ ମିଠାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୂଜାରେ ଭୋଗ ଲାଗିବାଠୁ ଆରମ୍ଭ କରି ପ୍ରାୟ ସମସ୍ତେ ବିଭିନ୍ନ ଉତ୍ସବ, ପର୍ବପର୍ବାଣୀ ତଥା ଖୁସିର ମୁହୂର୍ତ୍ତରେ ମିଠା ଖାଇଥା’ନ୍ତି ଓ ଅନ୍ୟଙ୍କୁ ଖୁଆଇଥା’ନ୍ତି। ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ସୁଆଦିଆ ମିଠା ’କାଲାକନ୍ଦ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
‘କାଲାକନ୍ଦ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଖୁଆ, ଛେନା, କ୍ରିମ୍, କ୍ଷୀର, ପେଶା ଚିନି, ଡାଲଚିନି ଗୁଣ୍ଡ, କଟା ବାଦାମ୍ ଓ ଘିଅ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଛେନା ଓ ଖୁଆକୁ ଭଲଭାବେ ଏକାଠି ପେଶି ଦିଅନ୍ତୁ।
- ବର୍ତ୍ତମାନ କଡ଼େଇରେ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ, ଛେନା ଓ ଖୁଆର ମିଶ୍ରଣ ସହ କ୍ରିମ୍ ଓ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ।
- ଏହାକୁ ଲଗାତାର ଭାବେ ଗୋଳାନ୍ତୁ ଯେପରି ଏହା ତଳେ ଲାଗି ନଯାଏ।
- ଏହାକୁ ସେତେବେଳ ଯାଏ ଫୁଟାନ୍ତୁ, ଯେତେବେଳ ଯାଏ ଏହା ଶୁଖିଲା ନହୋଇଛି।
- ଏହା ଶୁଖା ହୋଇଯିବା ପରେ ଏଥିରେ ଚିନି ଓ ଡାଲଚିନି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଓ ଆଞ୍ଚ ବନ୍ଦ କରିଦିଅନ୍ତୁ।
- ଏକ ଗହୀରିଆ ଥାଳିରେ ହାଲକା ଭାବେ ଘିଅ ଲଗାଇ ଏଥିରେ ଏହି ମିଶ୍ରଣକୁ ଢାଳି ଦିଅନ୍ତୁ।
- ଏବେ ଏହା ଉପରେ କଟା ବାଦାମ୍ ପକାଇ ଟିକେ ଚାମଚ ସାହାଯ୍ୟରେ ଚାପି ଦିଅନ୍ତୁ।
- ଏହାପରେ ଏହାକୁ ମନପସନ୍ଦର ଆକୃତିରେ କାଟି ଦିଅନ୍ତୁ।
ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ କାଲାକନ୍ଦ। ଆପଣ ଚାହିଁଲେ ଏଥିରେ ଖାଦ୍ୟ ଉପଯୋଗୀ ସିଲଭର୍ ପେପର ମଧ୍ୟ ଲଗାଇପାରିବେ। ଏହି ମିଠାର ରେସିପିକୁ ଆପଣ ଫ୍ରିଜ୍ ରେ ରଖି ବହୁତ ଦିନ ଖାଇପାରିବେ । ଏହି ମିଠାର ରେସିପି ବନେଇ ଘରେ ନିଜେ ଖଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।