Advertisment

କମ୍ ସାମଗ୍ରୀରେ ଘରେ ତିଆରି କରନ୍ତୁ ଏହି ସ୍ୱାଦିଷ୍ଟ ମିଠା

ଘରେ ଥିବା ଅଳ୍ପ ସାମଗ୍ରୀରେ ଖୁବ୍‌ କମ୍‌ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ପ୍ରସ୍ତୁତ କରିବା ସେତେ ସହଜ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
Homemade Sweet Recipes in odia

sweet Recipe

Advertisment

ପର୍ବପର୍ବାଣୀ ହେଉ କିମ୍ବା ଘରକୁ ଅତିଥି ଆସିଲେ ପରଷା ଯାଏ ମିଠା । ଆଜି ଆମେ ଘରର ବଳକା ଜିନିଷ ଓ ଖୁବ୍ ଅଳ୍ପ ସମୟରେ ବନେଇବୁ ଏକ ମିଠା । ଏହି ମିଠାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

Advertisment

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ‘କେଶର ପିସ୍ତା କୁଲ୍‌ଫି’

    ଆବଶ୍ୟକ ସାମଗ୍ରୀ: କ୍ଷୀର, ଚିନି, ମିଲ୍କ ପାଉଡର, ଘିଅ

    ପ୍ରସ୍ତୁତି ପ୍ରଣାଳୀ:

    • ପ୍ରଥମେ ଏକ ପ୍ୟାନ୍‌ରେ ଏକ କପ୍‌ କ୍ଷୀର ଗରମ କରନ୍ତୁ।
    • କ୍ଷୀର ଫୁଟି ଆସିଲେ ସେଥିରେ କ୍ଷୀରର ଅଧା ପରିମାଣର ଚିନି ପକାନ୍ତୁ ।
    • ଏହାକୁ ଭଲ ଭାବେ ଗୋଳାନ୍ତୁ । ଏହାପରେ ସେଥିରେ ଏକ କପ୍‌ ମିଲ୍କ ପାଉଡର ପକାଇ ଭଲ ଭାବ ଗୋଳାନ୍ତୁ।
    • ଏହା ଗାଢ଼ ହୋଇ ଆସିଲେ ସେଥିରେ କିଛି ଗୁଆ ଘିଅ ପକାଇ ଦିଅନ୍ତୁ।
    • ପରେ ଏହାକୁ ଏକ ପାତ୍ରକୁ ବାହାର କରି ଥଣ୍ଡା କରନ୍ତୁ।
    • ଏହାପରେ ହାତରେ ଭଲ ଭାବେ ଚକଟି ଛୋଟ ଛୋଟ ଗୋଲ ସାଇଜର ମିଠା ଆକୃତିର କରି ଦିଅନ୍ତୁ। ସେଥିରେ କେଶର ଓ ବାଦାମ ପକାଇ ମିଠା ଉପରେ ସଜାଇ ଦିଅନ୍ତୁ ।

    ଏବେ ପ୍ରସ୍ତୁତ ହୋଇଗଲା ଘର ତିଆରି ମିଠା। ଏହି ମିଠାକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଅତିଥି ଆସିଲେ ପରଷନ୍ତୁ ।

    Advertisment

    ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ଜଗନ୍ନାଥଙ୍କ ପ୍ରିୟ ଭୋଗ ‘ଖଜା’

      Odia Food Recipes
      ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      Here are a few more articles:
      ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ