• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ତାୱା ପନୀର’

ଘରେ ଆମେ ପନିର୍‌ର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନିରର ଏକ ନୂଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ତାୱା ପନୀର’। ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ତାୱା ପନୀର’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ପନୀର,ଦହି,ଜିରା,ଜୁଆଣି,କସ୍ତୁରୀ ମେଥି,ପିଆଜ,ଅଦା,କଞ୍ଚା ଲଙ୍କା ପେଷ୍ଟ୍‌,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,ଗରମ ମସଲା ଗୁଣ୍ଡ,ଟମାଟୋ ସସ୍‌,କ୍ରିମ୍‌,ଲେମ୍ବୁ ରସ,ତେଲ,ଲୁଣ,ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ:

  • ଏକ ପାତ୍ରରେ ଦହିକୁ ଫେଣ୍ଟି ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏବେ ଏଥିରେ କଟା ପନୀର ପକାଇ ୧୦ରୁ ୧୫ ମିନିଟ୍‌ ଯାଏ ସେମିତି ଛାଡ଼ି ଦିଅନ୍ତୁ।
  • ତା’ପରେ ଏକ ପ୍ୟାନ୍‌ରେ ଅଧ ଚାମଚ ତେଲ ପକାଇ ଏହା ଉପରେ ମାରିନେଟ୍‌ ହୋଇ ରହିଥିବା ପନୀର ପକାଇ ହାଲ୍‌କା ଫ୍ରାଏ କରନ୍ତୁ।
  • ଏବେ କଡ଼େଇରେ ତେଲ ଗରମ କରି ଜିରା ଓ ଜୁଆଣି ପକାଇ ଫୁଟାନ୍ତୁ।
  • ଏଥିରେ ପିଆଜ, କଟା ଅଦା ଓ କଟା ରସୁଣ ପକାଇ ଭାଜନ୍ତୁ।
  • ସେ ସବୁ ଭାଜି ହୋଇଗଲା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଗୋଳାନ୍ତୁ।
  • କିଛି ସମୟ ପରେ ଏଥିରେ ଟମାଟୋ ସସ୍‌ ପକାଇ ୬ରୁ ୭ ମିନିଟ୍‌ ଯାଏ ଭାଜନ୍ତୁ।
  • ତା’ପରେ ଏଥିରେ ହାଲ୍‌କା ଫ୍ରାଏ ହୋଇଥିବା ପନୀର ପକାଇ ଅଧ କପ୍‌ ପାଣି ମିଶାଇ ଧିମା ଆଞ୍ଚରେ ୧୦ ମିନିଟ୍‌ ଯାଏ ଫୁଟିବାକୁ ଛାଡ଼ି ଦିଅନ୍ତୁ।
  • ୧୦ ମିନିଟ୍‌ ପରେ ଗରମ ମସଲା ଗୁଣ୍ଡ ଓ କ୍ରିମ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ତା’ପରେ ଲେମ୍ବୁ ରସ ପକାଇ ଏହାକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ।
  • ଏବେ ଏହାକୁ ଏକ ପାତ୍ରକୁ ବାହାର କରି ତା’ ଉପରେ ଧନିଆ ପତ୍ର ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ତାୱା ପନୀର’ । ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରନ୍ତୁ। ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

tawa paneer recipetawa paneer recipe