/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645011010.jpg)
spring onion chiken recipe
ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
Advertisment
‘ପିଆଜ ଶଣ୍ଢା ଚିକେନ୍ କଷା।’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଚିକେନ୍, ପିଆଜ ଶଣ୍ଢା ପେଷ୍ଟ୍, ଅଦା ରସୁଣ ପେଷ୍ଟ୍, ଲୁଣ, ହଳଦୀ, ଜିରା ପାଉଡର, ଧନିଆ ପାଉଡର, ତେଲ, ପୁଦିନା ପେଷ୍ଟ୍, ଗୋଟା ଗରମ ମସଲା, ଟମାଟୋ ପେଷ୍ଟ୍ ଓ ମଟର ଛୁଇଁ ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚିକେନ୍କୁ ଧୋଇ ଏକ ପାତ୍ରରେ ରଖନ୍ତୁ।
- ତାପରେ ସେଥିରେ ପିଆଜ ଶଣ୍ଢା ବଟା, ଲୁଣ, ହଳଦୀ ପକାଇ ଗୋଲାଇ ଦେଇ କିଛି ମ୍ୟାରିନେଟ୍ ହେବାକୁ ଛାଡ଼ି ଦିଅନ୍ତୁ।
- ତାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ।
- ତେଲ ଗରମ ହୋଇଯିବା ପରେ ସେଥିରେ ଗୋଟା ଗରମ ମସଲା ପକାନ୍ତୁ।
- ତାପରେ ପିଆଜ ଶଣ୍ଡା ପେଷ୍ଟ୍, ଅଦାରସୁଣ ପେଷ୍ଟ୍, ଲଙ୍କା ଗୁଣ୍ଡ, ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ।
- ମସଲା କଷିହେବା ପରେ ସେଥିରେ ଟମାଟର ପେଷ୍ଟ୍ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ।
- ମସଲା କଷି ହୋଇଯିବା ପରେ ମ୍ୟାରିନେଟ୍ ହୋଇଥିବା ଚିକେନ୍କୁ ସେଥିରେ ପକାନ୍ତୁ।
- ତାପରେ ଜିରା ପାଉଡର ଓ ଧନିଆ ପାଉଡର ପକାଇ କଷନ୍ତୁ। ମାଂସ କଷି ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ।
- ତାପରେ ତାକୁ ସିଝିବାକୁ ଛାଡ଼ି ଦିଅନ୍ତୁ ମାଂସ ସିଝିଯିବା ପରେ ସେଥିରେ ମଟର ଛୁଇଁ ଓ ପୁଦିନା ପେଷ୍ଟ୍ ପକାଇ ଗୋଳାଇ ଦିଅନ୍ତୁ।
- ଦୁଇ ତିନି ପରେ ଗରମ ମସଲା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପିଆଜ ଶଣ୍ଢା ଚିକେନ୍ କଷା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)