• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'କାଜୁ ପନିର'

ଘରେ ପନିରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି ‘କାଜୁ ପନିର’। ଏହି ରେସିପିଟି ଆପଣ ଘରେ ଅତି ସହଜ ଓ ସରଳ ଭାବରେ ପନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

‘କାଜୁ ପନିର’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ପନିର , କାଜୁ ପେଷ୍ଟ, ପିଆଜ ରସୁଣ ପେଷ୍ଟ, ଏକ ଛୋଟ ଚାମଚ ଅଦା ଓ କଞ୍ଚାଲଙ୍କା ପେଷ୍ଟ,ଏକ ବଡ଼ ଚାମଚ ଟମାଟୋ ପ୍ୟୁରି, ହଳଦୀ, ଧନିଆ ପାଉଡର, କାଶ୍ମୀରୀ ମିର୍ଚ୍ଚ ପାଉଡର, ଏକ ବଡ଼ ଚାମଚ କ୍ରିମ୍‌, ଜିରା, ଗରମମସଲା, ଲୁଣ ସ୍ୱାଦ ଅନୁସାରେ, ଧନିଆପତ୍ର, ଭଜା ହୋଇଥିବା କାଜୁ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପନିରକୁ ଛୋଟ ଛୋଟ ଆକାରରେ କାଟିଦିଅନ୍ତୁ।
  • କମ୍‌ ଆଞ୍ଚରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହେଲା ପରେ କଟା ପିଆଜକୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  • ଯେତେବେଳେ ପିଆଜ ଭାଜି ହୋଇଯିବ ତାକୁ ଏକ ପ୍ଲେଟ୍‌କୁ କାଢ଼ି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ।
  • ପିଆଜ ଥଣ୍ଡା ହେଲା ପରେ ତାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ।
  • ବର୍ତ୍ତମାନ କଡେଇରେ ଜିରା, ପିଆଜ ପେଷ୍ଟ, ଅଦା କଞ୍ଚାଲଙ୍କା ପେଷ୍ଟ ଓ ରସୁଣ ପେଷ୍ଟ ପକାଇ କଷନ୍ତୁ।
  • ମସଲା କଷି ହୋଇଗଲା ପରେ ଟମାଟୋ ପ୍ୟୁରି ପକାନ୍ତୁ।
  • ଟମାଟୋ ପ୍ୟୁରି ଭଲଭାବେ କଷି ହେଲା ପରେ ହଳଦୀ, ଧନିଆ ପାଉଡର, କାଶ୍ମୀରୀ ମିର୍ଚ୍ଚ ଗୁଣ୍ଡ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  • ମସଲା ଭଲଭାବେ କଷି ହୋଇଗଲା ପରେ ସେଥିରେ କ୍ରିମ୍‌, କାଜୁ ପେଷ୍ଟ, ଲୁଣ ପକାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
  • ପରେ ପାଣି ଦେଇ ତାକୁ କିଛି ସମୟ ଫୁଟିବାକୁ ଦିଅନ୍ତୁ।
  • ଗ୍ରେଭି ଫୁଟିବା ମାତ୍ରେ କଟା ପନିରକୁ ପକାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ ଚୁଲା ବନ୍ଦ କରିଦିଅନ୍ତୁ।
  • ଆଞ୍ଚ ବନ୍ଦ କରିବା ମାତ୍ରେ ଗରମମସଲା ମିଶାନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ‘କାଜୁ ପନିର’ । ଏହା ପରେ ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରିସାରିବା ପରେ ପରଷନ୍ତୁ। ଏହାକୁ ଗରମ ଗରମ ରୁଟି ଓ ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । 

kaju paneer recipekaju paneer recipe