Advertisment

ଅଳ୍ପ ଖର୍ଚ୍ଚରେ ବନାନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ ଲଞ୍ଚ୍‌ରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍‌କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ବୁଧବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ‘ଟମାଟୋ ଚିକେନ୍‌’ ।

author-image
Pallipuspa Samal
ଅଦ୍ୟତନ ହୋଇଛି
'Tomato chicken' recipe

'Tomato chicken' recipe

ସାଧାରଣତଃ ଚିକେନର ରେସିପି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ନେଇ ଆସିଛୁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଟମାଟୋ ଚିକେନ୍‌’ । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଟମାଟୋ ଚିକେନ୍‌’ ବନେଇବା ପାଇଁ ସାମଗ୍ରୀ:

ବୋନ୍‌ଲେସ୍‌ ଚିକେନ୍‌, ବଟା ହୋଇଥିବା ପିଆଜ, ରସୁଣ ଓ ଅଦା, ଭୃସଙ୍ଗ ପତ୍ର, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ହଲଦୀ ଗୁଣ୍ଡ, ଜାଇ ଫଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୁଜୁରାତି, ଲୁଣ ଆବଶ୍ୟକ ଅନୁସାରେ ଟମାଟୋ ବଟା ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ କଡ଼େଇରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହୋଇଗଲେ ଏଥିରେ ପିଆଜ, ରସୁଣ ଓ ଅଦା ବଟାକୁ ପକାନ୍ତୁ।
  • ଏହାପରେ ଏହି ମିଶ୍ରଣକୁ ୧୦ ମିନିଟ୍‌ ଯାଏ ଭଲ ଭାବେ କଷନ୍ତୁ ।
  • ଏହାପରେ ଏଥିରେ ଭୃସଙ୍ଗ ପତ୍ର, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ ପକାନ୍ତୁ ।
  • ଏହାପରେ ସେଥିରେ ଗୋଲମରିଚ ଗୁଣ୍ଡ, ଲବଙ୍ଗ, ହଲଦୀ ଗୁଣ୍ଡ, ଜାଇ ଫଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ ଲୁଣ ପକାନ୍ତୁ। ଏବେ ଏହାକୁ ଆହୁରି ଭଲ ଭାବେ କଷନ୍ତୁ।
  • ମସଲା ଟିକେ କଷି ହୋଇଯିବା ପରେ ସେଥିରେ ଚିକେନ୍‌ ପକାଇ ଦିଅନ୍ତୁ ।
  • ଚିକେନ୍‌ ଟିକେ ସିଝି ଆସିଲେ, ଏଥିରେ ଟମାଟୋ ବଟାକୁ ପକାନ୍ତୁ। ଏବେ ଆଞ୍ଚକୁ ଟିକେ କମ୍‌ କରି ଏହାକୁ ଘୋଡ଼ାଇ ଦିଅନ୍ତୁ।
  • କିଛି ସମୟ ପରେ ଟମାଟୋ ଭଲ ଭାବେ ଚିକେନ୍‌ ସହ ଗାଳାଇ ଦିଅନ୍ତୁ ।
  • ଏହାପରେ ଚିକେନ ମସଲାରେ ମିଶି ଅଲ୍ପ ଲାଲ୍ ହୋଇଯିବ ।
  • ଏହାପରେ ସେଥିରେ ଅଳ୍ପ ପାଣି ଦେଇ କିଛି ସମୟ ଫୁଟାନ୍ତୁ।
  • ଚିକେନ ସିଝି ଫୁଟିଗଲା ପରେ ଚୁଲିକୁ ବନ୍ଦ କରିଦିଅନ୍ତୁ । ଏହାକୁ ଏକ ପ୍ଲେଟ୍ କୁ କାଢି କଟା ଧନିଆ ପତ୍ର ଓ ଟମାଟୋ ସ୍ଲାଇସ୍ ବା କଟା ଟମାଟୋ ରଖି ସଜେଇ ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଟମାଟୋ ଚିକେନ୍‌’। ଏହି ରେସିପିକୁ ରୁଟି, ନାନ୍ ଓ ପରଟା ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

'Tamatoo chiken' Recipe'Tamatoo chiken' Recipe
Odia Food Recipes
Advertisment
Advertisment