Advertisment

ମାତ୍ର ୫ଟି ଜିନିଷରେ ବନାନ୍ତୁ ଓଡ଼ିଆ ଘରର ଏହି ପାରମ୍ପରିକ ମିଠା

ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ପାରିଜାତ’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ ।

author-image
Pallipuspa Samal
'parijata' odia sweet

'parijata' odia sweet

ଆପଣ କେବେ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ପାରିଜାତ’ ଖାଇଛନ୍ତି କି । ଆଜି ହିଁ ଘରେ ବନାନ୍ତୁ ‘ପାରିଜାତ’ ମିଠା । ଏହି ମିଠା ମାତ୍ର ୫ଟି ଜିନିଷରେ ପ୍ରସ୍ତୁତ କରାଯାଏ ଓ ଏହାକୁ ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ପାରିଜାତ’ ମିଠା ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଅଟା, କଦଳୀ, ଚିନି, ଗୁଜୁରାତି ଗୁଣ୍ଡ, ଗୁଡ଼, ରିଫାଇନ୍ ତେଲ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଗୋଟେ ପାତ୍ରରେ କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ମିଶେଇ ଦିଅନ୍ତୁ।
  • ତା’ପରେ ସେଥିରେ ଅଟା ଓ ପାଣି ପକାଇ ଭଲଭାବେ ଚକଟି ଦିଅନ୍ତୁ।
  • ତାୱାରେ ତେଲ ଗରମ କରି ଅଟା କଦଳୀ ଚକଟାକୁ ଗୋଲଗୋଲ ପିଠା ଆକାର କରି ସେକନ୍ତୁ।
  • ଏହାପରେ ଗୁଡ଼କୁ ପାଗ କରି ତିଆରି ହୋଇଥିବା ପିଠାକୁ ସେଥିରେ ପକେଇ ଦିଅନ୍ତୁ।
  • ୨ରୁ ୩ ମିନିଟ୍ ଗୁଡ଼ ପାଗରେ ବୁଡାଇ ରଖିବା ପରେ ପ୍ରସ୍ତୁତ ହୋଇଯିବ ପାରିଜାତ।
  • ଏହାପରେ ଏହାକୁ ଏକ ପ୍ଲେଟ୍ କୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠା ‘ପାରିଜାତ’। ଏହି ମିଠାର ରେସିପି ଘରେ ବନେଇ ନିଜେ ଖଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । ଏହି ମିଠାର ରେସିପିକୁ ଆପଣ ଘରେ ବନେଇ ବହୁତ ଦିନ ପର୍ଯ୍ୟନ୍ତ ଫ୍ରୀଜ୍ ରେ ଷ୍ଟୋର କରି ରଖିପାରିବେ ।

Advertisment
Odia Food And Recipes
Advertisment
Advertisment