/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629534748.jpeg)
sweet dish 'peda'
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ମିଠା ଓ ପିଠାର ଆସର ପାଇଁ ଭଳିକି ଭଳି ରେସିପି ତିଆରି କରାଯାଇଥାଏ । ଏହି ରାକ୍ଷୀ ପୂର୍ଣ୍ଣିମାରେ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ମିଠାର ଏକ ସହଜ ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନା ହେଉଛି ‘ପେଡ଼ା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ପେଡ଼ା ବନେଇବା ପାଇଁ ସାମଗ୍ରୀ:
କ୍ଷୀର ୨ ଲିଟର, କେଶର, ଚିନି ୨ ବଡ କପ୍ , ସାଇଟ୍ରିକ ଏସିଡ୍, କର୍ନଫ୍ଲୋର୍, ଗୁଜୁରାତି ଗୁଣ୍ଡ, ଆଲମଣ୍ଡ ଓ ପିସ୍ତା।
-ପ୍ରଥମେ ଚୁଲିରେ କଡେଇ ବସାଇ କ୍ଷୀରକୁ ଫୁଟାନ୍ତୁ ।
-କ୍ଷୀର ଫୁଟି ଅଧା ହୋଇଗଲା ପରେ ଏଥିରେ କେଶର ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।
-ଏବେ ଅଳ୍ପ ପାଣିରେ ସାଇଟ୍ରିକ ଏସିଡ୍ ମିଶାଇ କ୍ଷୀରରେ ଭଲଭାବେ ଗୋଳାଇ ଦିଅନ୍ତୁ ।
-ଏହାପରେ ଏଥିରେ କର୍ନଫ୍ଲୋର୍ ମିଶାଇ ବହଳିଆ ହେବା ଯାଏ ଗୋଳାନ୍ତୁ ଓ ଏହି ମିଶ୍ରଣ କିଛି ସମୟ ଯାଏଁ ଫୁଟାନ୍ତୁ ।
-ମିଶ୍ରଣ ଫୁଟିଯିବା ପରେ ଏଥିରେ ଚିନି ଓ ଗୁଜୁରାତି ମିଶାଇ ଅଳ୍ପ ସମୟ ଫୁଟାନ୍ତୁ ।
-ଏହାପରେ ଚୁଲିରୁ ଏକ ପାତ୍ରକୁ ଓହ୍ଲାଇ ମିଶ୍ରଣକୁ ଥଣ୍ଡା ହେବାକୁ ରଖି ଦିଅନ୍ତୁ ।
-ଏବେ ଏହି ମିଶ୍ରଣରୁ ଗୋଲ ଗୋଲ କରି ପେଡ଼ାର ଗୋଲ ଗୋଲ ଆକୃତି ଦେବା ଲାଗି ଦୁଇ ହାତରେ ଟିକେ ଚେପଟା କରି ଦିଅନ୍ତୁ ।
-ଏବେ ଏହା ଉପରେ ଆଲମଣ୍ଡ ଓ ପିସ୍ତା ପକାଇ ସଜାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହେଇଗଲା ଆପଣଙ୍କ ସ୍ୱଦିଷ୍ଟ ପେଡ଼ା । ଏହି ରାକ୍ଷୀରେ ପେଡ଼ା ତିଆରି କରି ନିଜେ ଖାଆନ୍ତୁ ଓ ଆପଣଙ୍କ ଘର ଲୋକଙ୍କ ପାଇଁ ପରଷନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)