• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବିନା ପିଆଜ ରସୁଣରେ ବନାନ୍ତୁ 'ସାହି ପୋଟଳ'

ଏବେ ଚାଲିଛି କାର୍ତ୍ତିକ ମାସ । ଆଉ ଏହି ପଞ୍ଚୁକରେ ଆମ ଓଡ଼ିଆ ଘରେ ସାଧାରଣତଃ ବିନା ପିଆଜ ରୁସଣରେ ଖାଇବା ପ୍ରସ୍ତୁତ କରାଯାଏ । ଆଜି ଆମେ ବିନା ପିଆଜ ରସୁଣରେ ଏକ ଦେଶୀ ଓ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ସାହି ପୋଟଳ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ସାହି ପୋଟଳ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଚୋପା ଛଡ଼ା ପୋଟଳ, କଟା ଆଳୁ, ସୋରିଷ ତେଲ, ଟମାଟୋ, ଅଦା, କ୍ଷୀର, କାଜୁ, କଞ୍ଚା ଲଙ୍କା, ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା, ଲୁଣ, ଚିନି, ଗରମ ମସଲା ଏବଂ କଟା ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥରେ ଚୁଲିରେ କଡ଼େଇ ବସାଇ ସେଥିରେ ସୋରିଷ ତେଲ ଗରମ କରନ୍ତୁ ।
  •  ତେଲ ଗରମ ହୋଇଗଲା ପରେ ସେଥିରେ  ଚୋପା ଛଡ଼ା ହୋଇଥିବା ଗୋଟା ପୋଟଳ ଏବଂ କଟା ଆଳୁ ପକାଇ ଭାଜନ୍ତୁ ।
  • ଆଳୁ ଏବଂ ପୋଟଳ ଭଲ ଭାବେ ଭାଜି ହେଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ ।
  • ଏବେ ଏହାର ମସଲା ତିଆରି କରିବା ପାଇଁ ଟମାଟୋ, ଅଦା ଏବଂ କଞ୍ଚା ଲଙ୍କା ନେଇ ପେଷ୍ଟ ତିଆରି କରନ୍ତୁ ।
  • ଏହା ପରେ କ୍ଷୀର ଓ କାଜୁକୁ ଅଲଗା ଗ୍ରାଇଣ୍ଡ କରି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଆଉ ଏକ କଡେଇରେ ତେଲ ଗରମ କରନ୍ତୁ , ସେଥିରେ ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା ପକାନ୍ତୁ।
  • ଏହାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଦା ଟମାଟୋ ଏବଂ କଞ୍ଚା ଲଙ୍କା ପେଷ୍ଟକୁ ପକାନ୍ତୁ, ଏହାକୁ ଏବେ ଭଲ ଭାବେ କଷନ୍ତୁ ।
  • ଏହାପରେ ସେଥିରେ ପୂର୍ବରୁ ତିଆରି ହୋଇଥିବା କାଜୁ ପେଷ୍ଟକୁ ପକାନ୍ତୁ ।
  • ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଧନିଆ ପାଉଡର୍‌, ଲଙ୍କା ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ।
  • ଚୁଲିକୁ ମଧ୍ୟମ ଆଞ୍ଚରେ ରଖି ଏହି ସବୁ ମସଲା ଭଲରେ କଷନ୍ତୁ ।
  • ମସଲା କଷି ହୋଇଗଲେ ସେଥିରେ ପାଣି ଏବଂ ସ୍ୱାଦ ଅନୁସାରେ ଲୁଣ ଏବଂ ଅଳ୍ପ ଚିନି ପକାଇ ଭଲରେ ମିଶାଇ ଫୁଟାନ୍ତୁ ।
  • ଏହାପରେ ପୂର୍ବରୁ ଭଜା ହୋଇଥିବା ପୋଟଳ ଓ ଆଳୁକୁ ପକାଇ ଦିଅନ୍ତୁ ଓ ସେଥିରେ ଅଳ୍ପ ପାଣି ଦିଅନ୍ତୁ ।
  • ମସଲା ଓ ପୋଟଳ-ଆଳୁ ଭଲ ଭାବେ ସିଝି ଝୋଳ କମିଯିବା ପରେ ସେଥିରେ ଗରମ ମସଲା ପକାନ୍ତୁ ।
  • ଏହାପରେ ସେଥିରେ କଟା ଧନିଆ ପତ୍ର ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ‘ସାହି ପୋଟଳ’। ଏହି ରେସିପିଟିକୁ ଆପଣ ଫ୍ରାଏଡ୍‌ ରାଇସ୍‌ ବା ରୁଟି କିମ୍ବା ପରଟା ସହିତ ଖାଇଲେ ବେଶି ସୁଆଦିଆ ଲାଗିଥାଏ ।