• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଚିଙ୍ଗୁଡି ବରା’

ଆପଣ ଘରେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । କିନ୍ତୁ କେବେ ଚିଙ୍ଗୁଡ଼ିରେ ତିଆରି ବରା ଖାଇଛନ୍ତି କି ? ତେବେ ଆଜି ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡି ବରା’। ଏହି ରେସିପିଟିକୁ ଆପଣ ସଂଧ୍ୟା ଜଳଖିଆରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

‘ଚିଙ୍ଗୁଡି ବରା’ବନେଇବା ପାଇଁ ସାମଗ୍ରୀ:

ବଡ଼ ଚିଙ୍ଗୁଡ଼ି-୫୦୦ ଗ୍ରା, ଚାଉଳ, କଖାରୁ ପତ୍ର, ରସୁଣ, ଜିରା, ସୋରିଷ, ଶୁଖିଲା ଲଙ୍କା, ଲୁଣ, ହଳଦୀ ଓ ସୋରିଷ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚାଉଳକୁ ଅଧଘଣ୍ଟା ପାଣିରେ ଭିଜାଇ ଦିଅନ୍ତୁ ।
  • ଏହାପରେ ଚାଉଳ ଭଲଭାବେ ଭିଜି ଗଲେ ଏହାକୁ ବାଟି ଦିଅନ୍ତୁ।
  • ଏହାପରେ ଚିଙ୍ଗୁଡ଼ିକୁ ଭଲ ଭାବରେ ବାଛି ଧୋଇ ସଫା କରି ଦିଅନ୍ତୁ।
  • ଏହାପରେ ସୋରିଷ, ଜିରା ଓ ଲଙ୍କାକୁ ମିଶାଇ ବାଟି ଦିଅନ୍ତୁ।
  • ଏହି ମିଶ୍ରଣ ମସଲାରେ ଚିଙ୍ଗୁଡି, ଅଦା ରସୁଣ ପେଷ୍ଟ, ତେଲ, ଲୁଣ ଓ ହଳଦୀ ମିଶାଇ ରଖନ୍ତୁ ।
  • ବର୍ତ୍ତମାନ ଏକ କଡ଼େଇକୁ ଚୁଲିରେ ବସାନ୍ତୁ
  • ଏହାପରେ ସେଥିରେ କିଛି ତେଲ ଗରମ କରନ୍ତୁ।
  • ତେଲ ଗରମ ହୋଇଗଲେ ପରେ ଏକ କଖାରୁ ପତ୍ର ମଝିରେ ପୂର୍ବରୁ ଗୋଳା ହୋଇ ରହିଥିବା ଚିଙ୍ଗୁଡ଼ିରୁ ଅଳ୍ପ ରଖି ପତ୍ରକୁ ଚାରି ପାଖରୁ ଭାଙ୍ଗି ଦିଅନ୍ତୁ ।
  • ଏହାପରେ ସେହି ପତ୍ରକୁ ଚାଉଳ ବଟାରେ ବୁଡ଼ାଇବା ପରେ ତେଲରେ ଛାଣନ୍ତୁ।
  • ଏହାକୁ ଆପଣ ତାୱାରେ ଅଳ୍ପ ତେଲ ଦେଇ ମଧ୍ୟ ଭାଜି ପାରିବେ।
  • ଏହାପରେ ଚୁଲିକୁ ବନ୍ଦ କରି ଏକ ପ୍ଲେଟକୁ କାଢି ସଜେଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଚିଙ୍ଗୁଡ଼ି ବରା’। ଏହି ରେସିପିଟିକୁ ସସ୍‌ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ତିଆରି କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।