• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ପିଜା'

ସାଧାରଣତଃ ପିଜା ସମସ୍ତଙ୍କୁ ଭଲ ଲାଗିଥାଏ । ପିଜା ଆମେ  ସାଧାରଣଧଃ ବାହାରୁ ଅର୍ଡର କରିଥାଉ । କିନ୍ତୁ ଏହାକୁ ଆମେ ଘରେ ବନେଇ ଏହାର ସ୍ୱାଦ ନେଇ ପାରିବା । ଆଜି ଆମେ ଘରେ  ବିନା ଓଭେନରେ ପିଜା ରେସିପି ପ୍ରସ୍ତୁତ କରିବା । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ପିଜା ବନେଇବା ପାଇଁ ସାମଗ୍ରୀ:

ମଇଦା, ପନିର୍‌, ସୁଇଟ୍‌ କର୍ଣ୍ଣ, ଗ୍ରୀନ୍‌, ରେଡ୍‌ କ୍ୟାପ୍‌ସିକମ୍‌, ଟମାଟୋ, ଲୁଣ, ବେକିଂ ପାଉଡର୍‌, ବେକିଂ ସୋଡ଼ା, ଦହି, ପାଣି, ରିଫାଇନ୍ ତେଲ, ପିଜା ସସ୍‌, କଟା ପିଆଜ,ରେଡ୍‌ ଚିଲି ଫ୍ଲେକ୍ସ, ପିଜା ସିସ୍‌ନିଂ ଏବଂ ଅରେଗାନୋ । ସସ୍ ବନେଇବା ପାଇଁ ସାମଗ୍ରୀ(ଲାଲ୍‌ ଟମାଟୋ, ତେଲ, ପିଆଜ, ରସୁଣ, ଲାଲ୍‌ ଲଙ୍କା, ଅରେଗାନୋ, ଚିନି, ଟମାଟୋ କ୍ୟାଚ୍‌ଅପ୍‌ ଏବଂ ଲୁଣ) ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଆମେ ପିଜା ପାଇଁ ସସ୍ ପ୍ରସ୍ତୁତ କରିବା ।
  • ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହେବା ପରେ କଟା ପିଆଜ, ଗୋଟା ରସୁଣ, ଲାଲ୍‌ ଲଙ୍କା, ଅରେଗାନୋ ପକାଇ ଭାଜି ଦିଅନ୍ତୁ।
  • ଏହାପରେ ସେଥିରେ କଟା ଟମାଟୋ ପକାଇ ଭଲରେ ଗୋଳାଇ ସିଝିବା ପାଇଁ ଛାଡ଼ି ଦିଅନ୍ତୁ।
  • ଏହା ଭଲ ଭାବେ ସିଝି ଗଲା ପରେ ସେଥିରେ ଅଳ୍ପ ଚିନି ପକାଇ ଆଉ କିଛି ସମୟ ଚୁଲିରେ ବସାନ୍ତୁ।
  • ଏହାପରେ ସେଥିରେ ଅଳ୍ପ ଟମାଟୋ କ୍ୟାଚ୍‌ଅପ୍‌ ପକାଇ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।
  • କିଛି ସମୟ ପରେ ଏହାକୁ ଗ୍ରାଇଣ୍ଡ କରନ୍ତୁ,ଏବେ ପ୍ରସ୍ତୁତ ହୋଇଗଲା ପିଜା ସସ୍‌।
  • ପ୍ରଥମେ ପିଜାର ବେସ୍‌ ତିଆରି କରିବା ପାଇଁ ଏକ ପାତ୍ରରେ ମଇଦା, ଲୁଣ, ବେକିଂ ପାଉଡର୍‌, ବେକିଂ ସୋଡ଼ା ଏବଂ ଦହି ,ଏବଂ ଅଳ୍ପ ପାଣି ପକାଇ ଭଲରେ ଚକଟି ଦିଅନ୍ତୁ।
  • ଏହା ପରେ ସେଥିରେ ଅଳ୍ପ ତେଲ ଦେଇ ପୁଣି ଥରେ ଚକଟି ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ।
  • ଏବେ ପିଜା ବେସ୍‌ ତିଆରି କରିବା ପାଇଁ ଏକ ଥାଳିରେ ତେଲ ଦେଇ ପୂର୍ବରୁ ଚକଟା ମଇଦାକୁ ପିଜା ବେସ୍‌ ଭଳି କରି ସେଥିରେ ରଖନ୍ତୁ।
  • ଏହାକୁ ମୋଟା କରି ରୁଟି ଆକାରରେ ବେଲନ୍ତୁ।
  • ଏହାପରେ ଏହାର କଡ଼ ଗୁଡ଼ିକୁ କଣ୍ଟା ଚାମଚରେ ପିଜା ବେସ୍‌ରେ ହୋଲ୍‌ କରି ଦିଅନ୍ତୁ ।
  • ଏହାପରେ ପିଜା ବେସ୍‌ରେ କଟା ପିଆଜ,ଗ୍ରୀନ୍‌,ରେଡ୍‌ କ୍ୟାପ୍‌ସିକମ୍‌,ପନିର୍‌,ସୁଇଟ୍‌ କର୍ଣ୍ଣ, ଟମାଟୋକୁ ଭଳ ଭାବେ ସାଇଜ୍ କରି  ରଖି ପୁଣି ଥରେ ଚିଜ୍‌ ପକାନ୍ତୁ ।
  • ଏହାପରେ ସେଥିରେ ରେଡ୍‌ ଚିଲି ଫ୍ଲେକ୍ସ, ପିଜା ସିସ୍‌ନିଂ, ଅରେଗାନୋ ପକାଇ ସାରିଲା ପରେ ପିଜା କଡ଼ରେ ହାଲ୍‌କାରେ ତେଲ ଲଗାଇ ଦିଅନ୍ତୁ ।
  • ଏହାପରେ ଗରମ ହେଇଥିବା କଡ଼େଇରେ ରଖି ଘୋଡ଼ଣୀ ଦେଇ ଦିଅନ୍ତୁ ।
  • ଏହାକୁ ଏବେ କମ୍‌ ଆଞ୍ଚରେ ୧୫ ମିନିଟ୍‌ ଯାଏ ଗ୍ୟାସ୍‌ ଉପରେ ରଖନ୍ତୁ।
  • ଘୋଡ଼ଣୀ କାଢି ୧୫ ମିନିଟ୍‌ ପରେ ପିଜା ହେଇଛି କି ନାହିଁ ଏହା ଚେକ୍‌ କରି ଦେଖନ୍ତୁ ।
  • ଆଉ କିଛି ସମୟ ଏହାକୁ ଚୁଲି ଉପରେ ରଖନ୍ତୁ। ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ପିଜା’। ଏହାକୁ ନିଜ ପସନ୍ଦର ସାଇଜ୍‌ ଅନୁସାରେ କାଟି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।