ଘରେ ଆପଣ ମଟନର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନ୍ର ଏକ ଚଟପଟା ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ବନେଇବା ‘ମଟନ୍ ସିକ୍ କବାବ୍’ । ଏହି ରେସିପିକୁ ଆମେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା ।
Also Read
‘ମଟନ୍ ସିକ୍ କବାବ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ମଟନ୍ କିମା, ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଶୁଣ୍ଠି, ଧନିଆ ପତ୍ର, ତେଲ, କାଜୁ ପେଷ୍ଟ, କ୍ରିମ୍, ବେସନ, ଅଣ୍ଡା କେଶର, କଟା ଲେମ୍ବୁ ଓ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ମଟନ୍ କିମାକୁ ହାତରେ ଭଲ ଭାବେ ଚକଟି ଦିଅନ୍ତୁ।
- ବର୍ତ୍ତମାନ ଏଥିରେ ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲଙ୍କା ଗୁଣ୍ଡ ପକାନ୍ତୁ ।
- ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଶୁଣ୍ଠି, ତେଲ, କାଜୁ ପେଷ୍ଟ୍ ଓ କ୍ରିମ୍ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
- ବର୍ତ୍ତମାନ ଏହି ମିଶ୍ରଣରେ ବେସନ ମିଶାନ୍ତୁ ଓ ମିଶ୍ରଣ ବାନ୍ଧି ହେବା ପାଇଁ ଏଥିରେ ଅଣ୍ଡାର କେଶର ଫେଣ୍ଟି ପକାନ୍ତୁ।
- ଏହି ସମସ୍ତ ସାମଗ୍ରୀକୁ ଭଲଭାବେ ମିକ୍ସ କରନ୍ତୁ। ସ୍ୱାଦ ଅନୁଯାୟୀ ଏଥିରେ ଲୁଣ ମିଶାଇ ଏହି ମିଶ୍ରଣକୁ ୧ ଘଣ୍ଟା ପାଇଁ ଫ୍ରିଜ୍ରେ ରଖିଦିଅନ୍ତୁ।
- ୧ ଘଣ୍ଟା ପରେ ଏହାକୁ କାଢ଼ି ଭଲ ଲୁହାର ଷ୍ଟିକ୍ ବା ସିକ୍ ଉପରେ ପକାଇ ଦିଅନ୍ତୁ ।
- ଏହାକୁ ହାଲକା ଲାଲ୍ ହେବା ଯାଏ ଗ୍ରୀଲ୍ କରନ୍ତୁ ।
- ଏହାପରେ କବାବ୍ କୁ ପ୍ଲେଟରେ କାଢ଼ି ଦିଅନ୍ତୁ । ଏଥିରେ ପିଆଜ କଟା, ଧନିଆ ପତ୍ର ଓ କଟା ଲେମ୍ବୁ ଦେଇ ସଜେଇ ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ‘ମଟନ୍ ସିକ୍ କବାବ’। ଏହି ରେସିପିଟିକୁ ଟଚଣୀ ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।