/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721477489.jpg)
masroom bara
ଆଗରୁ ଘରେ ଆପଣମାନେ ଜଳଖିଆରେ ବରା ବନେଇଥିବେ । କିନ୍ତୁ ଆପଣ କେବେ ଛତୁରେ ପ୍ରସ୍ତୁତ ବରା ବନେଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଛତୁ ପୋସ୍ତ ବରା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
Advertisment
ଆବଶ୍ୟକ ସାମଗ୍ରୀ:
ଛତୁ, ବେସନ, ମସଲା ଗୁଣ୍ଡ, ରସୁଣ କଟା, ପୋସ୍ତ ବଟା, ଜୀରା ବଟା, ପିଆଜ, ଅଦା, ଲଙ୍କା, ଲୁଣ, ଆଳୁ ଓ ତେଲ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଛତୁକୁ ଛୋଟ ଛୋଟ କାଟି ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ।
- ପରେ ତାକୁ ପାଣିରେ ସିଝାଇ ଦିଅନ୍ତୁ। ଏହା ସିଝି ଗଲା ପରେ ତାକୁ ଥଣ୍ଡା ହେବା ପାଇଁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
- ଏହା ଥଣ୍ଡା ହୋଇଗଲା ପରେ ସେଥିରେ ବେସନ, ମସଲା ଗୁଣ୍ଡ, ରସୁଣ କଟା, ପୋସ୍ତ ବଟା, ଜିରା ବଟା, କଟା ପିଆଜ, କଟା ଅଦା, କଞ୍ଚା ଲଙ୍କା, ସ୍ୱାଦ ଅନୁସାରେ ଲୁଣ, ସିଝା ଆଳୁ ଓ ତେଲ ପକାଇ ଭଲ ଭାବେ ଚକଡି ଦିଅନ୍ତୁ।
- ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପେଷ୍ଟରୁ ବରା ଆକାରରେ ଗଢନ୍ତୁ।
- ଏହାପରେ ତାକୁ ତେଲରେ ଛାଣନ୍ତୁ। ବରାର ଦୁଇ ପାଖ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ‘ଛତୁ ପୋସ୍ତ ବରା’ । ଏହି ଛତୁ ପୋସ୍ତ ବରାକୁ ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)