• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଆମ ଓଡିଆ ଘରେ ଦେଶୀ ରୋଷେଇ ଖାଇବାର ମଜା ଟିକେ ନିଆରା । ସେ ଆମ ପାଖାଳ ହେଉ କି ଶାଗ ଭଜା । ଏହି ଖାଦ୍ୟର ମଜା କେବଳ ଜଣେ ଓଡ଼ିଆ ହିଁ ଜାଣିପାରିବ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ଆମିଷ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନା ହେଉଛି ‘ଇଲିସି ମାଛ ଟକ୍’

‘ଇଲିସି ମାଛ ଟକ୍’ ପାଇଁ ଆବଶ୍ୟକ ସାମଗ୍ରୀ:

ଇଲିସି ମାଛ, ବାଇଗଣ, ସୋରିଷ ତେଲ, ପଞ୍ଚ ଫୁଟଣ, କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଓ ତେନ୍ତୁଳି ମଣ୍ଡ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ।
  • ସେଥିରେ ପଞ୍ଚ ଫୁଟଣ, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ।
  • ଏହାପରେ ସେଥିରେ ଅଳ୍ପ ଗରମ ପାଣି ଦିଅନ୍ତୁ।
  • ପାଣି ଫୁଟିଗଲା ପରେ ସେଥିରେ ପୂର୍ବରୁ ଭଜା ହୋଇ ରଖିଥିବା ଇଲିସି ମାଛ ପକାନ୍ତୁ।
  • ସେଥିରେ ଭଜା ବାଇଗଣ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ।
  • ସେଥିରେ ତେନ୍ତୁଳି ମଣ୍ଡ ପକାନ୍ତୁ।
  • ଇଲିସି ମାଛକୁ ଭାଜିବା ବେଳେ ବଳକା ଥିବା ତେଲ ମଧ୍ୟ ଉପରେ ପକାଇ ପାରନ୍ତି।
  • ଅଳ୍ପ ସମୟ ଫୁଟିବାକୁ ଦିଅନ୍ତୁ। ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଇଲିସି ମାଛ ଟକ’। ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

OTV is now on Whatsapp

Join and get latest news update delivered to you via whatsapp

Join Now