• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ 'ଚିଲି ଚଣା'

ସାଧାରଣତଃ ପିଲାମାନଙ୍କୁ ଚଟପଟା ରେସିପି ବେଶୀ ସୁଆଦିଆ ଲାଗିଥାଏ । ପିଲାମାନଙ୍କ ପାଇଁ  ସଂଧ୍ୟା ଟିଫିନ୍ ପାଇଁ ପ୍ରସ୍ତୁତ କରନ୍ତୁ ଏକ ଚଟପଟା ରେସିପି । ଆଜି ଆମେ ଆପଣଙ୍କ ପାଇଁ କାବୁଲି ଚଣା ବା ବଡ଼ ଚଣାରେ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ଚଣା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଆବଶ୍ୟକୀୟ ସାମଗ୍ରୀ:

କାବୁଲି ଚଣା ବା ବଡ଼ ଚଣା, କର୍ଣ୍ଣଫ୍ଲୋର୍‌, ମଇଦା, କ୍ୟାପ୍‍ସିକମ୍‍, କଟା ପିଆଜ,କଟା ରସୁଣ,ଅଦା ରସୁଣ ପେଷ୍ଟ,ଶୋୟା ସସ୍‍, ଟମାଟୋ ସସ୍‍, ଭିନେଗାର,ରିଫାଇନ ତେଲ, ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କାବୁଲି ଚଣାକୁ ୬ରୁ ୭ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ ।
  • ଏହାପରେ ଅଳ୍ପ ଲୁଣ ଦେଇ ଏହାକୁ ପ୍ରେସର କୁକରରେ ସିଝାଇ ଦିଅନ୍ତୁ ।
  • କାବୁଲି ଚଣା ସିଝିଗଲା ପରେ ସେଥିରେ କର୍ଣ୍ଣଫ୍ଲୋର ଓ ମଇଦା ପକାନ୍ତୁ ।
  • ଏହାପରେ ଅଳ୍ପ ଅଦା ରସୁଣ ପେଷ୍ଟ ପକାଇ ଭଲ ଭାବେ ଗୋଳାଇ ଏକ ପାତ୍ରରେ କିଛି ସମୟ ପାଇଁ ରଖି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡେଇ ବସେଇ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ଚଣାର ମିଶ୍ରଣକୁ ତେଲରେ ପକାଇ ଛାଣନ୍ତୁ ।
  • ଚଣାର ରଙ୍ଗ ଗୋଲ୍ଡେନ ବ୍ରାଉନ୍ ହୋଇଗଲା ପରେ ଏହାକୁ ଛାଣି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଆଉ ଏକ କଡେଇରେ ଅଳ୍ପ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ କଟା ପିଆଜ,କଟା କ୍ୟାପସିକମ,କଟା ରସୁଣକୁ ପକାଇ ଭାଜନ୍ତୁ ।
  • ଏହା ଭାଜି ହେଲା ପରେ ଛଣା ହେଇଥିବା ଚଣାକୁ ପକାନ୍ତୁ ।
  • ଏହାପରେ ସେଥିରେ ଟମାଟୋ ସସ୍,ଶୋୟା ସସ୍,ଭିନେଗାର ଓ ସ୍ୱାଦନୁସାରେ ଲୁଣ ପକାନ୍ତୁ ।
  • ଏହାପରେ ୧ ଚାମୋଚ କର୍ଣ୍ଣଫ୍ଲୋରକୁ ଅଳ୍ପ ପାଣିରେ ପକାଇ ଗୋଳାଇ କଡେଇରେ ପକାନ୍ତୁ ।
  • ଏହାପରେ ଏହାକୁ ଅଳ୍ପ ସମୟ ଭାଜି ଚୁଲିକୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ‘ଚିଲି ଚଣା’ । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।