• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ବ୍ରେଡ ଦହିବରା

  • କମ୍ ଖର୍ଚ୍ଚରେ ତିଆରି କରନ୍ତୁ ବ୍ରେଡ ଦହିବରା

ସାଧାରଣତଃ ପାରମ୍ପରିକ ଖାଦ୍ୟର ଚାହିଦା ବେଶୀ ଥାଏ । ସେହିପରି ଏକ ପାରମ୍ପରିକ ରେସିପି ହେଉଛି ଦହିବରା । ଘରେ ଘରେ ପରିଚିତ ଏକ ରେସିପି ହେଉଛି ଦହିବରା । ସାଧାରଣତଃ ଆମ ଘର ମାନଙ୍କରେ ବିରି ବରାରେ ଦହିବରା ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଆପଣ ମାନେ କେବେ ବ୍ରେଡରେ ଦହିବରା ପ୍ରସ୍ତୁତ କରିଛନ୍ତି କି, ତାହେଲେ ଚାଲନ୍ତୁ ଜାଣିବା ବ୍ରେଡ୍ ଦହିବରା ବନେଇବାର ପଦ୍ଧତି । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ  ଘରେ ବନେଇ ପାରିବେ । 

ବ୍ରେଡ୍ ଦହିବରା ସାମଗ୍ରୀ: ବ୍ରେଡ୍-୪ ଖଣ୍ଡ,ସିଝା ଆଳୁ-୨ଟି, ୩ କପ୍ ଦହି, ଅଳ୍ପ ଧନିଆ ଚଟଣୀ, ୩ଟି କଞ୍ଚା ଲଙ୍କା,୪ ଚାମଚ ତେନ୍ତୁଳି ଚଟଣୀ, ଚିନି-୧ ଚାମଚ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଆମଚୁର ପାଉଡର-୧ ଚାମଚ, କିଛି କିସମିସ୍,କଟା ଧନିଆ ପତ୍ର, କିଛି ରିଫାଇନ ତେଲ ଓ ଅଳ୍ପ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବ୍ରେଡର ସାଇଡ୍ ଗୁଡିକ କାଟି ଦିଅନ୍ତୁ । ଏବେ ଏକ ପାତ୍ରରେ ଆଳୁକୁ ଭଲଭାବେ ଚକଟି ଦିଅନ୍ତୁ।
  • ଏହାପରେ ସିଝା ଆଳୁ ଚକଟା, କଞ୍ଚା ଲଙ୍କା, ଆମଚୁର ପାଉଡର, କିସମିସ୍, ଭଜା ଜିରା ଗୁଣ୍ଡ ଏବଂ ଲୁଣ ପକାଇ ଗୋଳେଇ ଦିଅନ୍ତୁ । ସବୁକିଛି ଭଲ ଭାବରେ ମିଶେଇ ଅଲଗା ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଦହିରେ ଚିନି ପକାଇ ଅଲଗା ଏକ ପାତ୍ରରେ ରଖନ୍ତୁ ।
  • ପୂର୍ବରୁ ପ୍ରସ୍ତୁତ କରିଥିବା ମିଶ୍ରଣରେ ଗୋଲ ଗୋଲ ବରା ଆକାରର ବଲ୍ ପ୍ରସ୍ତୁତ କରନ୍ତୁ ।
  • ଏହାପରେ କଡେଇରେ ତେଲ ଗରମ କରି ସେଥିରେ ବରା ଗୁଡିକ ଛାଣନ୍ତୁ । ବରା ଗୁଡିକ ଛାଣି ହେବା ପରେ ଏକ ପାତ୍ରରେ ବାହାର କରି ଦିଅନ୍ତୁ
  • ଏହାପରେ ମିଠା ଦହି, ତେନ୍ତୁଳି ଚଟଣୀ, ଧନିଆ ଚଟଣୀ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡକୁ ମିଶାଇ ସେଥିରେ ବରା ଗୁଡିକ ପକାଇ ଦିଅନ୍ତୁ । ଏହାପରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ବ୍ରେଡ ଦହିବରା । ଏହି ସହଜ ବ୍ରେଡ ଦହିବରା ରେସିପି ତିଆରି କରି ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।