/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639475410.jpg)
Odia sweet recipe Parijata
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏବେ ଚାଲିଛି ମାର୍ଗଶୀର ମାସର ଗୁରୁବାର ମାଣ ବସା । ଏହି ପର୍ବରେ ମାଆଙ୍କୁ ବିଭିନ୍ନ ପିଠା ତିଆରି କରାଯାଇ ଭୋଗ ଲଗାଯାଇଥାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି 'ପାରିଜାତ' ମିଠା ।
Advertisment
‘ପାରିଜାତ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଅଟା, କଦଳୀ, ଚିନି, ଗୁଜୁରାତି ଗୁଣ୍ଡ, ଗୁଡ଼, ରିଫାଇନ୍ ତେଲ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଗୋଟେ ପାତ୍ରରେ କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ମିଶେଇ ଦିଅନ୍ତୁ।
- ଏହାପରେ ସେଥିରେ ଅଟା ଓ ପାଣି ପକାଇ ଭଲଭାବେ ଚକଟି ଦିଅନ୍ତୁ ।
- ଏହାପରେ ଟୁଲିରେ ତାୱା ବସାନ୍ତୁ ।
- ଏହାପରେ ତାୱାରେ ଅଳ୍ପ ତେଲ ପକାନ୍ତୁ ।
- ତେଲ ଗରମ ହୋଇଗଲା ପରେ ସେଥିରେ ଆଗରୁ ପ୍ରସ୍ତୁତ ହୋଇଥିବା ଅଟା କଦଳୀ ଚକଟାର ମିଶ୍ରଣକୁ ଗୋଲଗୋଲ ପିଠା ଆକାର କରି ସେକନ୍ତୁ ।
- ଏହି ଭଳି ଭାବେ ଅନ୍ୟ ମିଶ୍ରଣ ଗୁଡିକ ତାୱାରେ ପକାଇ ୨ ପଟ ଲାଲ୍ ବେବା ପର୍ଯ୍ୟନ୍ତ ସେକନ୍ତୁ ।
- ଏହାପରେ ପିଠା ଗୁଡିକ ଏକ ପାତ୍ରରେ ରଖନ୍ତୁ ।
- ଏହାପରେ ଗୁଡ଼କୁ ପାଗ ତିଆରି କରିବା ପାଇଁ ଚୁଲିରେ ଏକ କଡେଇ ଗରମ କରନ୍ତୁ ।
- କଡ଼େଇରେ ଗୁଡ଼ ପକାଇ ଏହାକୁ ତରଳିବାକୁ ଦିଅନ୍ତୁ ।
- ଗୁଡ଼ ତରଳି ପାଣି ହୋଇ ଫୁଟି ଆସିଲେ ସେଥିରେ ତିଆରି ହୋଇଥିବା ପିଠାକୁ ପକେଇ ଦିଅନ୍ତୁ ।
- ଏହାପରେ ୨ରୁ ୩ ମିନିଟ୍ ଗୁଡ଼ ପାଗରେ ପିଠା ଗୁଡିକ ବୁଡାଇ ରଖିନ୍ତୁ ।
- ଏହାପରେ ଏହି ପିଠା ଗୁଡିକ ଏକ ପ୍ଲେଟ୍ କୁ କାଢି ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପାରିଜାତ’ ମିଠା । ଏହି ରେସିପି ଘରେ ବନେଇ ଠାକୁରଙ୍କ ନିକଟରେ ଭୋଗ ଲଗେଇ ପାରିବେ । ଏହି ରେସିପିଟିକୁ ଆପଣ ଅଲଗା ପର୍ବପର୍ବାଣିରେ ପ୍ରସ୍ତୁତ କରି ଭୋଗ ଲଗେଇ ପାରିବେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)