/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637395981.jpg)
'Pohola Fish' Recipe
ଆପଣ ମାଛର ବିଭିନ୍ନ ପ୍ରକାର ରେସିପି ଖାଇଥିବେ। କିନ୍ତୁ ଆଜି ଆମେ ପୋହଳା ମାଛକୁ ନେଇ ଏକ ନିଆରା ରେସିପି ପ୍ରସ୍ତୁତ କରିବୁ । ଯାହାର ନାଁ ହେଉଛି ‘ଦେଶୀ ପୋହଳା ମାଛ ଝାଲ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
‘ଦେଶୀ ପୋହଳା ମାଛ ଝାଲ୍’ ବନେଇବା ପାଇଁ ସାମଗ୍ରୀ:
ଗୋଟା ପୋହଳା ମାଛ, ହଳଦୀ ଗୁଣ୍ଡ, ରସୁଣ, କଞ୍ଚା ଲଙ୍କା ଛେଚା, କଟା ଟମାଟୋ, କଟା ପିଆଜ, ଗରମ ମସଲା, ରିଫ।ଇନ୍ ତେଲ, ଲେମ୍ବୁ ରସ, ଧନିଆପତ୍ର ଓ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଗୋଟା ପୋହଳା ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ।
- ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ।
- ଏହାପରେ ତେଲ ଗରମ ହୋଇଯିବା ପରେ ଲୁଣ ହଳଦୀ ଗୋଳା ହୋଇଥିବା ପୋହଳା ମାଛକୁ ସେଥିରେ ପକାନ୍ତୁ।
- ଏହାପରେ ରସୁଣ, କଞ୍ଚାଲଙ୍କା ଛେଚା, କଟା ଟମାଟୋ ଓ କଟା ପିଆଜକୁ ମାଛ ଉପରେ ପକାନ୍ତୁ ।
- ଏହାପରେ ଘୋଡ଼ଣୀ ଦେଇ ମାଛକୁ ଘୋଡ଼େଇ ଦିଅନ୍ତୁ।
- ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ସ୍ୱାଦ ଅନୁସାରେ ପୁଣି ଲୁଣ ଓ ହଳଦୀଗୁଣ୍ଡ ପକାନ୍ତୁ।
- କିଛି ସମୟ ପରେ ମାଛକୁ ଓଲଟାଇ ଗରମ ମସଲା ପକାଇ ପୁଣିଥରେ ଘୋଡ଼ଣୀ ଘୋଡେ଼ଇ ଦିଅନ୍ତୁ ।
- କିଛି ସମୟ ପରେ ଘୋଡ଼ଣୀ ବାହାର କରି ସେଥିରେ ଲେମ୍ବୁରସ ଓ ଧନିଆପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
- ଏହାପରେ ସେଥିରେ କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।
Advertisment
'Pohola Fish' Recipeଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଦେଶୀ ପୋହଳା ମାଛ ଝାଲ୍’ । ଏହି ରେସିପିଟିକୁ ଆପଣ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଛାଡଖାଇ ଅବସରରେ ଏହି ରେସିପିଟି ଘରେ ବନାନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)