Advertisment

ଘରେ ବନାନ୍ତୁ ଖଟାମିଠା ‘ନଡ଼ିଆ ଗୋଟମା’

ଓଡ଼ିଆ ଘରେ ଆମେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଓଡ଼ିଆ ଘର ଏକ ଦେଶୀ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି 'ନଡ଼ିଆ ଗୋଟମା' ।

author-image
Pallipuspa Samal
ଅଦ୍ୟତନ ହୋଇଛି
nadia gotama odia recipe

nadia gotama odia recipe

ଘରେ ପର୍ବପର୍ବାଣୀ ଆସିଲେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରାଯାଏ । ତେବେ ବଡ଼ଓଷା ଉପଲକ୍ଷେ ଆଜି ଆମେ ଓଡ଼ିଆ ଘରର ଏକ ନିଆରା ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ମିଠା ରେସିପିର ନାଁ ହେଉଛି ‘ନଡ଼ିଆ ଗୋଟମା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଭାବରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ନଡ଼ିଆ ଗୋଟମା”ବନେଇବା ପାଇଁ ସାମଗ୍ରୀ:

କୋରା ନଡ଼ିଆ, ଅରୁଆ ଚାଉଳ ବଟା, ଗୁଜୁରାତି ଗୁଣ୍ଡ, ପଞ୍ଚଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା, ତେନ୍ତୁଳି ରସ, ଗୁଡ଼, କଞ୍ଚାଲଙ୍କା ଛେଚା, ଅଦା ଛେଚା, କାଜୁ, କିସ୍‌ମିସ୍, ରିଫାଇନ୍ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ନଡ଼ିଆକୁ କୋରିବେ ଆଉ ଅରୁଆ ଚାଉଳକୁ ବାଟି ରଖିବେ।
  • ତାପରେ ନଡ଼ିଆ କୋରାରେ ଅରୁଆ ଚାଉଳ ବଟା, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ଗୋଳାଇ ଦେବେ ।
  • ଏହା ଭଲଭାବେ ଗୋଳେଇ ହୋଇଯିବା ପରେ ଗୋଲ ଗୋଲ ଛୋଟ ଛୋଟ ଗୁଳା କରି ରଖନ୍ତୁ।
  • ଏହାପରେ ଚୁଲିରେ କଡ଼େଇ ବସେଇ ତେଲ ପକାନ୍ତୁ।
  • ତେଲ ଗରମ ହୋଇଯିବା ପରେ ପଞ୍ଚଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା ପକେଇ ଛୁଙ୍କ ପ୍ରସ୍ତୁତ କରନ୍ତୁ।
  • ଏହାପରେ ସେଥିରେ ତେନ୍ତୁଳି ରସ ଓ ଅଳ୍ପ ପାଣି ଦେଇ ଦୁଇ ମିନିଟ୍ ଫୁଟାନ୍ତୁ ।
  • ତେନ୍ତୁଳି ରସ ଫୁଟିବା ପରେ ଗୁଡ଼ ମିଶେଇ ପାଗ ପ୍ରସ୍ତୁତ କରନ୍ତୁ ।
  • ଏହାପରେ ସେଇ ପାଗରେ କଞ୍ଚାଲଙ୍କା ଛେଚା, ଅଦା ଛେଚା ଓ ସ୍ୱାଦ ଅନୁସାରେ ଲୁଣ ପକେଇ ଗୋଳାଇ ଦିଅନ୍ତୁ।
  • ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଗୋଲ ଗୋଲ ନଡ଼ିଆ କୋରାକୁ ପକେଇ ୨ ମିନିଟ୍ ଫୁଟାନ୍ତୁ ।
  • ଶେଷରେ ଭଜା କାଜୁ ଓ ଖିସମିସ୍ ପକେଇ ଚୁଲିରୁ ଓହ୍ଲେଇ ଦିଅନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ଖଟାମିଠା ‘ନଡ଼ିଆ ଗୋଟମା’। ଏହି ରେସିପିଟିକୁ ଘରେ ତିଆରି କରି ବଡ଼ଓଷାରେ ଭୋଗ ଲଗାନ୍ତୁ ।

Odia Food And Recipes
Advertisment
Advertisment