• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ଘରେ ବନାନ୍ତୁ 'ଆଳୁ ପୁରି'

ଆପଣ କେବେ ‘ଆଳୁ ପୁରି’ କେବେ ଖାଇଛନ୍ତି କି ? ସୋମବାର ରାନ୍ଧଣାରେ ଘରେ ବନାନ୍ତୁ ‘ଆଳୁ ପୁରି’ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଆଳୁ ପୁରି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଅଟା, ଆଳୁ, କଟାକଞ୍ଚାଲଙ୍କା, ଅଳ୍ପ ହଳଦୀ, ଲାଲ୍ ଲଙ୍କାଗୁଣ୍ଡ, ତେଲ, ଲୁଣ, ଜୁଆଣୀ ଓ କସ୍ତୁରୀ ମେଥି ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଅଟା ସହ ଲୁଣ ମିଶାଇ ଚାଲୁଣୀରେ ଚଲାଇ ନିଅନ୍ତୁ।
  • ଏଥିରେ ଜୁଆଣୀ ଓ କସ୍ତୁରୀ ମେଥି ମିଶାଇ ଅଳ୍ପ ଅଳ୍ପ ପାଣି ଦେଇ ଭଲଭାବେ ଦଳିଦିଅନ୍ତୁ।
  • ଏହାକୁ ଏକ ଓଦାକନାରେ ଅଧଘଣ୍ଟା ଘୋଡ଼ାଇ ରଖନ୍ତୁ। ଏବେ ଆଳୁକୁ ସିଝାଇ, ଚୋପା ଛଡ଼ାଇ କଟା ଲଙ୍କା, ତେଲ, ଲୁଣ, ହଳଦୀ ଓ ଲାଲ୍ ଲଙ୍କାଗୁଣ୍ଡ ମିଶାଇ ଭଲକରି ଚକଟି ଦିଅନ୍ତୁ।
  • ଏବେ ଦଳା ହୋଇଥିବା ଅଟାରୁ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ ଓ ଏଗୁଡ଼ିକୁ ପୁରି ପରି ବେଲନ୍ତୁ।
  • ଏବେ ପୁରି ମଝିରେ ଆଳୁପୁର ରଖି ଚାରିପଟୁ ବନ୍ଦ କରି ଏହାକୁ ପୁଣି ଗୁଳା କରି ଆଉଥରେ ବେଲି ଦିଅନ୍ତୁ।
  • ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ଛାଣିନ୍ତୁ।
  • ଏହାପରେ ଚୁଲିକୁ ବନ୍ଦ କରି ପୁରୀ ଗୁଡିକ ପ୍ଲେଟକୁ କାଢି ଦିଅନ୍ତୁ ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ ‘ଆଳୁ ପୁରି’ । ଏହି ରେସିପିଟିକୁ ସସ୍ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।