• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ରାଜ୍ କଚୋରୀ'

ପ୍ରାୟତଃ ଚଚ୍‌ପଟା ଜିନିଷ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସେଥପାଇଁ ବାହାରେ ସ୍ଟ୍ରିଟ୍ ଫୁଡ୍ ଖାଇବାକୁ ସମସ୍ତେ ଚାହିଁଥାନ୍ତି । ଆପଣ ଘରେ ମଧ୍ୟ ବହୁ ଚଟପଟା ରେସିପି ତିଆରି କରି ଖାଇପାରିବେ । ଆଜି ଆମେ ଆପଣଙ୍କ ପାଇଁ ଏକ ଚଟ୍‌ପଟା ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ରାଜ୍ କଚୋରୀ’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ରେସିପିଟିକୁ କିଭଳି ପ୍ରସ୍ତୁତ କରାଯାଏ ।

‘ରାଜ୍ କଚୋରୀ’ ବନେଇବା ପାଇଁ ସାମଗ୍ରୀ:

ମଇଦା-ଗୋଟେ କପ୍, ସୁଜି- ଗୋଟେ କପ୍, ସିଝା ଆଳୁ- ୨ଟି, ସିଝା ଚଣା, ସିଝା ମୁଗ,ଦହି ବରା,ମିଠା ଚଟଣୀ,ଲଙ୍କା ଗୁଣ୍ଡ,ଜିରା ଗୁଣ୍ଡ,କଳା ଲୁଣ ବା ବିଟ୍ ଲୁଣ,ପାମ୍ପଡ଼ି, ଛଣା ସେଓ ଚୁନା,କଟା ଧନିଆ ପତ୍ର, ରିଫାଇନ ତେଲ ଓ ସ୍ୱାଦନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

  • କଚୋରୀ ତିଆରି କରିବା ପାଇଁ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ
  •  ସେଥିରେ ସୁଜି, ଲଙ୍କା ଗୁଣ୍ଡ, ଲୁଣ ଏବଂ ପାଣି ଦେଇ ଭଲଭାବେ ଚକଟି ଦିଅନ୍ତୁ।
  • ଏହା ପରେ ଏହାକୁ ଗୁଳା କରି ପୁରୀ ଭଳି ବେଲି ଏକ ଥାଳିରେ ରଖନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ମଇଦା ପୁରୀ ଗୁଡିକ ତେଲରେ ଛାଣନ୍ତୁ।
  • ଏବେ କଚୋରୀ ଭିତରେ ମସଲା ଦେବା ପାଇଁ ଏହାର ମସଲା ତିଆରି କରିବା ।
  • ପ୍ରଥମେ ସିଝା ଆଳୁର ଚକଟାକୁ କଚୋରୀ ଭିତରେ ଦିଅନ୍ତୁ ।
  • ଏହାପରେ ସିଝା ମୁଗ, ସିଝା ଚଣା, ପାମ୍ପଡ଼ି,ଖଣ୍ଡ ଖଣ୍ଡ ହୋଇଥିବା ଦହି ବରାକୁ ଦିଅନ୍ତୁ ।
  • ଏହାପରେ ସେଥିରେ ଜିରା ଗୁଣ୍ଡ, କଳା ଲୁଣ, ଲଙ୍କା ଗୁଣ୍ଡକୁ ଦିଅନ୍ତୁ ।
  • ଏହାପରେ ସେଥିରେ ମିଠା ଚଟଣୀ, ଦହି, ପୁଦିନା ଚଟଣୀ, ସେଓ ଚୁନା ପକାନ୍ତୁ ।
  • ଶେଷରେ କଟା ଧନିଆ ପତ୍ରକୁ କଚୋରୀ ଉପରେ ପକାନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚଟ୍‌ପଟା ‘ରାଜ୍ କଚୋରୀ’। ଏହି ରେସିପିଟିକୁ ସଂଧ୍ୟା ଜଳଖିଆରେ ଖାଆନ୍ତୁ ଓ ଘରକୁ କୁଣିଆ ଆସିଲେ ପରଷନ୍ତୁ ‘ରାଜ୍ କଚୋରୀ’ ।