• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ଦେଶୀ ଉପାୟରେ ବନାନ୍ତୁ 'ଆମ୍ବୁଲ ଚିକେନ୍'

ଆମ ଓଡ଼ିଆ ଘରର ଖାଦ୍ୟ ସବୁଠୁ ଅଲଗା । ଆମ ଓଡ଼ିଶାର ଦେଶୀ ରେସିପି ସବୁଠି ସମସ୍ତଙ୍କୁ ପସନ୍ଦ ଆସିଛି । ଆଜି ଆମେ ଚିକେନର ଏକ ଦେଶୀ ଚଟପଟା ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆମ୍ବୁଲ ଚିକେନ’ । ଏହି ରେସିପିଟି ଆମେ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଆମ୍ବୁଲ ଚିକେନ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଚିକେନ୍‌, ଆମ୍ୱୁଲ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ପୋଦିନା ପତ୍ର ଓ ରସ, ହଳଦୀ ଗୁଣ୍ଡ, ଚିଲି ସସ୍‌, ଅଦା, ଚିନି, ଆମ୍ୱକଷିଆ ଅଦା, ଧନିଆ ଗୁଣ୍ଡ, ପିଆଜ, ରସୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଟା ହୋଇ ରହିଥିବା ଚିକେନ୍‌ରେ ଲୁଣ, ହଳଦୀ ଗୁଣ୍ଡ, ପୋଦିନା ପତ୍ର ବଟା ଓ ଛେଚା ହୋଇଥିବା ଆମ୍ୱକଷିଆ ଅଦା ପକାନ୍ତୁ।
  • ଏହାପରେ ସେଥିରେ ଅଦା ଛେଚା, ଆମ୍ୱୁଲ ପାଣି, ଲଙ୍କା ଗୁଣ୍ଡ ଓ ଅଳ୍ପ ଚିନି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାକୁ ମ୍ୟାରିନେଟ୍‌ ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ।
  • କିଛି ସମୟ ପରେ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ।
  • ପିଆଜ ଅଳ୍ପ ଭାଜି ହୋଇଗଲେ ରସୁଣ ଛେଚା, କଟା କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ପକାନ୍ତୁ।
  • ଏହା ସହିତ ସେଥିରେ ଅଦା ଛେଚା, ଅଳ୍ପ ଚିନି, ସ୍ୱାଦ ଅନୁସାରେ ଲୁଣ ଓ ଚିଲି ସସ୍‌ ପକାଇ ଫ୍ରାଏ କରନ୍ତୁ।
  • ମସଲା ଫ୍ରାଏ ହୋଇଯିବା ପରେ ମ୍ୟାରିନେଟ୍‌ ହୋଇଥିବା ଚିକେନ୍‌କୁ ପକାଇ ଭଲ ଭାବେ କଷନ୍ତୁ।
  • ଚିକେନ୍ ଭଲ ଭାବେ କଷି ହୋଇଯିବା ପରେ ସେଥିରେ ପୋଦିନା ରସ ଓ ଆମ୍ୱୁଲ ରସ ପକାଇ ଆବଶ୍ୟକ ଅନୁସାରେ ପାଣି ଦେଇ ଘୋଡ଼େଇ ଦିଅନ୍ତୁ।
  • ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଚିକେନ୍‌କୁ ସିଝିବାକୁ ଛାଡ଼ି ଦିଅନ୍ତୁ।
  • ଏହାପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଖଟାମିଠା ‘ଆମ୍ୱୁଲ ଚିକେନ୍‌’। ଏହି ରେସିପି ଆପଣ ଫ୍ରାଏଡ୍ ରାଇସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଆପଣ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

'Ambula Chicken' recipe'Ambula Chicken' recipe