• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଅଧିକାଂଶ ଲୋକଙ୍କୁ ମାଛ ଖାଇବା ବେଶ୍‌ ଭଲ ଲାଗେ। ମାଛକୁ ବିଭିନ୍ନ ପ୍ରକାରର ରୋଷେଇ କରି ସମସ୍ତେ ଖାଆନ୍ତି। ।କିନ୍ତୁ ମାଛର ଦେଶୀ ରେସିପି ବେଶୀ ସୁଆଦିଆ ହୋଇଥାଏ । ଆଜି ଆମେ ଭାକୁର ମାଛର ଏକ ଦେଶୀ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ଭାକୁର ମାଛ ପୋସ୍ତ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।...

ଆବଶ୍ୟକ ସାମଗ୍ରୀ:

ଭାକୁର ମାଛ, ଏକ ଚାମଟ ହଳଦୀ ଗୁଣ୍ଡ, ୩ରୁ ୪ଟି କଞ୍ଚା ଲଙ୍କା, ଏକ କପ୍‌ ପୋସ୍ତ ବଟା, ୩ରୁ ୪ଟି କଟା ପିଆଜ ତେଲ ଏକ କପ୍‌, ଲୁଣ ସ୍ୱାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ରୋହି ମାଛରେ ଲୁଣ ଓ ହଳଦୀ ଗୁଣ୍ଡ ଗୋଳାଇ ଗରମ ତେଲରେ ଅଳ୍ପ ଛାଣି ରଖନ୍ତୁ।
  • ଏହାପରେ ପ୍ୟାନ୍‌ରେ ତେଲ ଗରମ କରି ସଥିରେ ଜିରା, କଟା ପିଆଜ, କଞ୍ଚା ଲଙ୍କା ଓ ଗୋଟା ରସୁଣ ପାଖୁଡା ପକାଇ ଭାଜନ୍ତୁ।
  • ଏ ସବୁ ଭାଜି ହେବା ପରେ ଛଣା ମାଛକୁ ସେଥିରେ ପକାଇ ତା'ପରେ କଟା ଟମାଟ ଓ ଲୁଣ ପକାଇ ଭାଜନ୍ତୁ।
  • ପରେ ଏଥିରେ ପୋସ୍ତ ବଟାକୁ ପକାଇ କିଛି ସମୟ କଷନ୍ତୁ।
  • ଏହାପରେ ସେଥିରେ ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ଦେଇ ଘୋଡାଇ ଦିଅନ୍ତୁ।
  • ଦୁଇରୁ ତିନି ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଭାକୁର ମାଛ ପୋସ୍ତ।

ଏହି ରେସିପିଟିକୁ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଘରକୁ ଅତିଥି ଆସିଲେ ଭାକୁର ମାଛ ପୋସ୍ତର ରେସିପି ବନେଇ ପରଷନ୍ତୁ ।

OTV is now on Whatsapp

Join and get latest news update delivered to you via whatsapp

Join Now