Advertisment

ଦେଶୀ ଉପାୟରେ ବନାନ୍ତୁ ‘ରୋହି ମାଛ ପୋସ୍ତ’

ମାଛ ଖାଇବାକୁ ସାଧାରଣତଃ ସମସ୍ତେ ଭଲ ପାଆନ୍ତି । ମାଛରୁ ବିଭିନ୍ନ ପ୍ରକାରରେ ଫ୍ୟୁଜନ ଓ କଣ୍ଟିନେଣ୍ଟାଲ ରେସିପି ମଧ୍ୟ ତିଆରି ହୁଏ। ଆଜି ଆମେ ଏଠାରେ ଆପଣଙ୍କୁ ମାଛର ଏକ ଖାଣ୍ଟି ଦେଶୀ ରେସିପି ବିଷୟର କହିବାକୁ ଯାଉଛି ଯାହାର ନାଁ ହେଲା ‘ରୋହି ମାଛ ପୋସ୍ତ’। ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Fish recipe

Fish recipe

ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ରୋହି ମାଛ ପୋସ୍ତ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ।

Advertisment

ଆବଶ୍ୟକ ସାମଗ୍ରୀ:

ରୋହି ମାଛ ୫୦୦ ଗ୍ରାମ, ଏକ ଚାମଟ ହଳଦୀ ଗୁଣ୍ଡ, ୩ରୁ ୪ଟି କଞ୍ଚା ଲଙ୍କା, ଏକ କପ୍‌ ପୋସ୍ତ ବଟା, ୩ରୁ ୪ଟି କଟା ପିଆଜ ତେଲ ଏକ କପ୍‌, ଲୁଣ ସ୍ୱାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ରୋହି ମାଛରେ ଲୁଣ ଓ ହଳଦୀ ଗୁଣ୍ଡ ଗୋଳାଇ ଗରମ ତେଲରେ ଅଳ୍ପ ଛାଣି ରଖନ୍ତୁ।
  • ଏହାପରେ ପ୍ୟାନ୍‌ରେ ତେଲ ଗରମ କରି ସଥିରେ ଜିରା, କଟା ପିଆଜ, କଞ୍ଚା ଲଙ୍କା ଓ ଗୋଟା ରସୁଣ ପାଖୁଡା ପକାଇ ଭାଜନ୍ତୁ।
  • ଏ ସବୁ ଭାଜି ହେବା ପରେ ଛଣା ମାଛକୁ ସେଥିରେ ପକାଇ ତା'ପରେ କଟା ଟମାଟ ଓ ଲୁଣ ପକାଇ ଭାଜନ୍ତୁ।
  • ପରେ ଏଥିରେ ପୋସ୍ତ ବଟାକୁ ପକାଇ କିଛି ସମୟ କଷନ୍ତୁ।
  • ଏହାପରେ ସେଥିରେ ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ଦେଇ ଘୋଡାଇ ଦିଅନ୍ତୁ।
  • ଦୁଇରୁ ତିନି ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ରୋହି ମାଛ ପୋସ୍ତ।
Advertisment

ମାଛର ଏହି ରେସିପିଟିକୁ  ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଘରକୁ କୁଣିଆ ଆସିଲେ ବନାନ୍ତୁ ଏହି ରେସିପି । 

Odia Food And Recipes
Advertisment
Advertisment