• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ଦହି ମଟନ୍'

ଘରେ ଘରେ ମଟନ୍‌କୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଆଗରୁ ମଟନ୍‌ରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଏକ ନୂଆ ଶୈଳୀରେ ମଟନ୍‌ର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଦହି ମଟନ୍’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ଦହି ମଟନ୍ ବନେଇବା ପାଇଁ ସାମଗ୍ରୀ:

ମଟନ୍, ବସାଦହି,କଟା ପିଆଜ, ଅଦା ପେଷ୍ଟ୍‌, ରସୁଣ ପେଷ୍ଟ,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ସୋରିଷ ତେଲ,ଲୁଣ ,ପାନ ମଧୁରୀ ଗୁଣ୍ଡ,ଡଲଚିନି ଗୁଣ୍ଡ, ଲବଙ୍ଗ,ଗୁଜରାତି ଗୁଣ୍ଡ,ହେଙ୍ଗୁ,ଧନିଆ ଗୁଣ୍ଡ,ଜରା ପାଉଡର

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମଟନ୍‌କୁ ଭଲ ଭାବେ ଧୋଇ ସେଥିରେ ଅଳ୍ପ ଦହି, କଟା ପିଆଜ ଓ ଗୋଟେ ଚାମଚ ସୋରିଷ ତେଲ ପକାଇ ଗୋଳାଇ ଅଧଘଣ୍ଟାଏ ପର୍ଯ୍ୟନ୍ତ ଘୋଡାଇ ରଖି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡେଇ ବସାଇ ସେଥିରେ ସୋରିଷ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ଅଦା ଓ ରସୁଣ ପେଷ୍ଟ୍‌ ପକାନ୍ତୁ।
  • ମସଲାକୁ କଷନ୍ତୁ, ମସଲା କଷି ଟିକେ ଲାଲ୍‌ ହେବା ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ହେଙ୍ଗୁ ପକାଇ ଗୋଳାଇ ଦିଅନ୍ତୁ ।
  • ମସଲା ଅଳ୍ପ ହୋଇଯିବା ପରେ ଆଗରୁ ରଖାଯାଇଥିବା ଦହି,ପିଆଜ ଓ ମଟନର ମିଶ୍ରଣକୁ କଡେଇରେ ପକାଇ କଷନ୍ତୁ।
  • ମଟନ୍‌ ଅଳ୍ପ କଷି ହେଲା ପରେ ସେଥିରେ ଡାଲଚିନି ଗୁଣ୍ଡ ଓ ପାନ ମଧୁରୀ ଗୁଣ୍ଡ, ଧନିଆ ଗୁଣ୍ଡ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ କଷନ୍ତୁ।
  • ଏହାପରେ ସେଥିରେ ଅଳ୍ପ ଦହି ପକାଇ ଗୋଳାଇ ଦିଅନ୍ତୁ। ଅଳ୍ପ ସମୟ କଷିବା ପରେ ସେଥିରେ ପାଣି ଦେଇ ଘୋଡ଼େଇ ଦିଅନ୍ତୁ।
  • ମଟନ୍ ସିଝି ଯିବା ପରେ ସେଥିରେ ଗୁଜରାତି ଗୁଣ୍ଡ ଓ ଲବଙ୍ଗ ପକାନ୍ତୁ। ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଦହି ମଟନ୍’। ଏହି ରେସିପିଟିକୁ ରୁଟି ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିତୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।