Advertisment

ଘରେ ବନାନ୍ତୁ ସ୍ୱାଦିଷ୍ଟ 'ଦହି ମୁସମୁସ୍'

ଆପଣ କେବେ ଶୁଣିଛନ୍ତି କି ଦହିକୁ ଛାଣି ଏହାର ଏକ ରେସିପି ପ୍ରସ୍ତୁତ ହୋଇପାରିବ । ଆଜି ଆମେ ଆପଣଙ୍କୁ ଏକ ନିଆରା ଓ ଓଡ଼ିଆର ଦେଶୀ ରେସିପି ବିଷୟରେ ଜଣେଇବୁ । ଏହି ରେସିପର ନାଁ ହେଉଛି ‘ଦହି ମସମୁସ୍’ ।

author-image
Pallipuspa Samal
Receipe Of Dahi Musmus

Receipe Of Dahi Musmus

ଆମ ଓଡ଼ିଆ ଘରେ ଦେଶୀ ଖାଦ୍ୟର ସ୍ୱାଦ ପୂରା ନିଆରା । ଆପଣ ଦହିକୁ ଘରେ ଚିକେନ୍ କିମ୍ୱା ମଟନ୍ କିମ୍ୱା ଅଲଗା ରେସିପିରେ ପକାଇ ଖାଦ୍ୟ ତିଆରି କରିଥାନ୍ତି । କିନ୍ତୁ ଆପଣ କେବେ ଦହିର କଟଲେଟ ବା ବରା ବା କିଛି ସ୍ନାକ୍ସ ଖାଇଛନ୍ତି କି । ତେବେ ଚାଲନ୍ତୁ ଆଜି ପ୍ରସ୍ତୁତ କରିବା ଆମର ଓଡ଼ିଆ ଦେଶୀ ରେସିପି 'ଦହି ମୁସମୁସ୍' । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଦହି ମସମୁସ୍’ ବନେଇବା ପାଇଁ ସାମଗ୍ରୀ:

 ଦହି,ଚାଉଳ ଚୁନା,ରିଫାଇନ୍ ତେଲ ,ବ୍ରେଡ୍ କ୍ରମ୍ବ୍. ଭଜା ପିଆଜ, କଟା କଞ୍ଚାଲଙ୍କା, କଟା ଧନିଆ ପତ୍ରର ଡେମ୍ଫ ଓ  ସ୍ୱାଦନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବସାଦହିକୁ ଏକ କପଡ଼ାରେ ବାନ୍ଧି ରଖନ୍ତୁ ।
  • ଦହିରୁ ପାଣି ସଂପୂର୍ଣ୍ଣ ନିଗିଡି ଯିବା ପରେ ସେଥିରେ ଚାଉଳ ଚୁନା,ଭଜା ପିଆଜ,କଞ୍ଚାଲଙ୍କା, କଟା ଧନିଆ ପତ୍ରର ଡେମ୍ଫ ଓ ଲୁଣ ପକାଇ ଚକଟି ଦିଅନ୍ତୁ ।
  • ଏହାପରେ ଦହି ମସଲା ଚକଟାକୁ ଛୋଟ ଛୋଟ ବରା ଆକାରରେ ଗଢନ୍ତୁ ।
  • ଏହାପରେ ଏହି ଦହିର ବଲକୁ ବ୍ରେଡ୍ କ୍ରମରେ ଲାଗାଇ ଦିଅନ୍ତୁ ।
  • ଏହାପରେ ଏହି ଦହି ବଲ୍ ଗୁଜିକ ଏକ ପାତ୍ରରେ ରଖନ୍ତୁ ।
  • ଚୁଲିରେ କଡେଇ ବସେଇ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ସେଥିରେ ଦହି ବଲ୍ ଗୁଡିକ ପକାଇ ଛାଣନ୍ତୁ ।
  • ଏହି ବଲ ଗୁଡିକର ୨ ପଟ ଭଲ ଭାବେ ଅଳ୍ପ ବାଦାମୀ ଓ ଲାଲ୍ ହୋଇଗଲା ପରେ ଏହାକୁ ଛାଣି ଏକ ପାତ୍ରରେ ରଖନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁଆଦିଆ ‘ଦହି ମୁସମୁସ୍’ ।ଦହି ମୁସମୁସର ରେସିପିଟିକୁ ଗରମ ଗରମ ଛାଣି ଟମାଟୋ ସସ୍ କିମ୍ୱା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଚିକୁ ବନେଇ ଘରେ ଖାଆନ୍ତୁ ଓ ଘରକୁ କୁଣିଆ ଆସିଲେ ପରଷନ୍ତୁ ।

Odia Food And Recipes
Advertisment
Advertisment