• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଟ୍ୟାଙ୍ଗି ଆଚାରୀ ପନିର’

ଆପଣ କେବେ ପନିରର ‘ଟ୍ୟାଙ୍ଗି ଆଚାରୀ ପନିର’ ରେସିପିର ସ୍ୱାଦ ଚାଖିଛନ୍ତି କି ?  ଆଜି ହଁ ଘରେ ବନାନ୍ତୁ ‘ଟ୍ୟାଙ୍ଗି ଆଚାରୀ ପନିର’ ।  ଏହାକୁ ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଟ୍ୟାଙ୍ଗି ଆଚାରୀ ପନିର’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

୪ଟି ଲବଙ୍ଗ,୨୫୦ ଗ୍ରାମ ପନିର,୧ ବଡ଼ କ୍ୟାପସିକମ୍, ଗ୍ରୀନ ମଟର,ଦହି,ଟମାଟୋ,ଅଦା,କାଜୁ,କଞ୍ଚାଲଙ୍କା,ହଳଦି ଗୁଣ୍ଡ,ଆମଚୁର ଗୁଣ୍ଡ, ହେଙ୍ଗୁ,ସ୍ୱାଦ ଅନୁସାରେ ଲୁଣ,କସୁରୀ ମେଥୀ,ଲେମ୍ବୁ ରସ, ଆଚାର ରସ,  ଅଳ୍ପ ଅଟା,ତେଲ,କାଶ୍ମୀରୀ ସୁଖିଲା ଲଙ୍କା,ସୁଖିଲା ଧନିଆ,କଳାଜିରା, ପାନମଧୁରୀ,ସୋରିଷ, ମେଥି ଦାନା,ଜିରା ।

ପ୍ରସ୍ତୁତି ପ୍ରଣାଳୀ:

  • ଆଚାରୀ ପନିର ବନେଇବାକୁ ପ୍ରଥମେ ମସଲାଗୁଡ଼ିକୁ ତାଓ୍ୱାରେ ହାଲୁକା ଫ୍ରାଏ କରି ଭଲ ଭାବରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ପରେ ମଟରକୁ ଅଳ୍ପ ଚିନି ପକାଇ ଫୁଟେଇ ରଖନ୍ତୁ।
  • କ୍ୟାପସିକମକୁ ବଡ଼ ବଡ଼ ଖଣ୍ଡ କରି କାଟି ୧ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଯେପରି ସିଝି ନ ଯାଏ ଧ୍ୟାନ ରଖିବେ।
  • ଏହାପରେ କାଜୁ, ଅଦା, ଲଙ୍କାର ଭଲଭାବରେ ପେଷ୍ଟ ବନାନ୍ତୁ। ଏହା ସହ ଟମାଟୋ ପ୍ୟୁରି ମଧ୍ୟ ବନେଇ ରଖନ୍ତୁ।
  • କଡ଼େଇରେ ଗୋଟିଏ ଚାମଚ ତେଲ ପକାଇ ଏହାକୁ ଗରମ କରନ୍ତୁ।
  • ତେଲ ଗରମ ହେବା ପରେ କାଜୁ ବଟାକୁ ଭଲଭାବରେ କଷି ଦିଅନ୍ତୁ। ଏହାପରେ ଟମାଟୋ ପ୍ୟୁରି ପକାଇ କଷନ୍ତୁ।
  • ଏହାପରେ ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଆଚାରୀ ମସଲା ଗୁଣ୍ଡ, ହେଙ୍ଗୁ ପକାନ୍ତୁ ଆଉ ମସଲା ସବୁ କଢ଼େଇରେ ତେଲ ଛାଡ଼ିବା ପର୍ଯ୍ୟନ୍ତ କଷନ୍ତୁ। ଏହାପରେ ଦହିରେ ଅଟା ମିଶାଇ ଏହାର ପେଷ୍ଟ ବନାନ୍ତୁ।
  • କଢ଼େଇରେ ମସଲା ତେଲ ଛାଡ଼ିବା ପରେ ଦହି ଓ ଅଟା ପେଷ୍ଟ ସେଥିରେ ଢାଳନ୍ତୁ। ମସଲା କଷନ୍ତୁ। ପରେ ୩ କପ୍ ପାଣି ଦିଅନ୍ତୁ ଏବଂ ଫୁଟିବାକୁ ଛାଡ଼ିଦିଅନ୍ତୁ।
  • ୫ରୁ ୭ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଜାଳରେ ଫୁଟାନ୍ତୁ। ଏହାପରେ ଏଥିରେ ପନିର କ୍ୟୁବ୍ସ, ଗ୍ରୀନ ମଟର ଏବଂ କ୍ୟାପସିକମ ପକାନ୍ତୁ। ଆଉ ୨ରୁ ୩ ମିନିଟ୍ ଯାଏ ଜାଳ ସିମ୍ କରି ଫୁଟାନ୍ତୁ।
  • ଏହାପରେ ତରକାରୀରେ କସୁରୀ ମେଥୀ, ଆଚାର ରସ ଏବଂ ଲେମ୍ବୁ ରସ ମିଶାନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ‘‘ଟ୍ୟାଙ୍ଗି ଆଚାରୀ ପନିର’ । ଏହି ରେସିପିଟିକୁ ରୁଟି ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।