• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'କାଲାକନ୍ଦ'

ପର୍ବପର୍ବାଣୀ ଆସିଲେ ଘରେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଏହି ଦୀପାବଳୀରେ ଘରେ ବନାନ୍ତୁ ଏକ ମିଠାର ରେସିପି । ଆଜି ଆମେ ଏକ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କାଲାକନ୍ଦ’ । ଏହି ରେସିପିଟି ଘରେ ଆପଣ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘କାଲାକନ୍ଦ’ ବନେଇବା ପାଇଁ ସାମଗ୍ରୀ:

ଖୁଆ, ଛେନା, କ୍ରିମ୍‌, କ୍ଷୀର, ପେଶା ଚିନି, ଡାଲଚିନି ଗୁଣ୍ଡ, କଟା ବାଦାମ୍ ଓ ଘିଅ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଛେନା ଓ ଖୁଆକୁ ଭଲଭାବେ ଏକାଠି ମିଶାଇ ଚକଟି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ଅଳ୍ପ ଘିଅ ପକାନ୍ତୁ ।
  • କଡ଼େଇରେ ଘିଅ ଗରମ ହୋଇଗଲା ପରେ ଛେନା ଓ ଖୁଆର ମିଶ୍ରଣକୁ ପକାନ୍ତୁ ।
  • ଏହାପରେ ସେଥିରେ କ୍ରିମ୍‌ ଓ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ ।
  • ଏହାକୁ ଲଗାତାର ଭାବେ ଗୋଳାଇ ରଖନ୍ତୁ ଯେପରି ଏହା ତଳେ ଲାଗି ନଯାଏ ।
  • ଏହି ମିଶ୍ରଣକୁ ଅଳ୍ପ ଆଞ୍ଚରେ ଫୁଟାନ୍ତୁ ।
  • ଏହା ଫୁଟି ଶୁଖିଲା ହେବା ଯାଏ ଗୋଳାନ୍ତୁ ।
  • ଏହା ଶୁଖା ହୋଇଯିବା ପରେ ଏଥିରେ ଚିନି ଓ ଡାଲଚିନି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।
  • ଏହାପରେ ଟୁଲିକୁ ବନ୍ଦ କରିଦିଅନ୍ତୁ ।
  • ଏହାପରେ ଏକ ଥାଳି ନିଅନ୍ତୁ ,ସେଥିରେ ହାଲକା ଭାବେ ଘିଅ ଲଗାଇ ଏଥିରେ ଏହି ମିଶ୍ରଣକୁ ଖେଳାଇ ଦିଅନ୍ତୁ ।
  • ଏବେ ଏହା ଉପରେ କଟା ବାଦାମ୍‌ ପକାଇ ଟିକେ ଚାମଚ ସାହାଯ୍ୟରେ ଚାପି ଦିଅନ୍ତୁ।
  • ଏହାପରେ ଏହାକୁ ମନପସନ୍ଦର ଆକୃତିରେ କାଟି ଦିଅନ୍ତୁ ।
  • ଏହା ଉପରେ ଅଳ୍ପ କେଶର ଓ ଗୁଜୁରାତିର ଚୋପା ପକାଇ ସଜାଇ ଦିଅନ୍ତୁ ।
kalakand recipekalakand recipe

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କାଲାକନ୍ଦ। ଦୀପାବଳୀରେ ଏହି ମିଠାର ରେସିପି ପ୍ରସ୍ତୁତ କରି ଠାକୁରଙ୍କ ନିକଟରେ ଭୋଗ ଲଗାନ୍ତୁ। ଏହି ରେସିପି ଟି ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।