• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରେ ବନାନ୍ତୁ ‘ସାହି ମଟନ୍‌ କୋର୍‌ମା’

 ଘରେ ମଟନ୍‌କୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଆଗରୁ ମଟନ୍‌ରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଏକ ନୂଆ ଶୈଳୀରେ ମଟନ୍‌ର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍‌ କୋର୍‌ମା’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ସାହି ମଟନ୍‌ କୋର୍‌ମା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମଟନ୍‌, ପିଆଜ, ତେଜପତ୍ର, ଅଳେଇଚ, ଗୁଜୁରାତି, ଷ୍ଟାରଫୁଲ, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଗରମ ମସାଲା ଗୁଣ୍ଡ, ଦହି, କାଶ୍ମୀରୀ ଲଙ୍କାଗୁଣ୍ଡ, ଅଦା ରସୁଣ ପେଷ୍ଟ, ଲୁଣ, ତେଲ ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପାତ୍ରରେ ମଟନ୍‌, ଦହି, ଧନିଆ ଗୁଣ୍ଡ, ଗରମ ମସାଲା ଗୁଣ୍ଡ, ଜୀରା ଗୁଣ୍ଡ, କାଶ୍ମୀରୀ ଲଙ୍କାଗୁଣ୍ଡ, ଅଦାରସୁଣ ପେଷ୍ଟ, ଲୁଣ ଇତ୍ୟାଦିକୁ ପକାଇ ଏହାକୁ ଭଲ ଭାବରେ ଗୋଳାଇ ଅଧଘଣ୍ଟା ଘୋଡ଼ାଇ ରଖିଦିଅନ୍ତୁ।
  • ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରି ସେଥିରେ କଟା ପିଆଜକୁ ଫ୍ରାଏ କରନ୍ତୁ।
  • ପିଆଜ ଗୋଲ୍ଡେନ ବ୍ରାଉନ୍‌ ହୋଇଗଲା ପରେ ଏହାକୁ ପ୍ୟାନ୍‌ରୁ ବାହାରକୁ କାଢ଼ି ଦିଅନ୍ତୁ
  • ଏହାପରେ ଗ୍ରାଇଣ୍ଡରରେ ଅଳ୍ପ ପାଣି ଦେଇ ବାଟି ରଖନ୍ତୁ।
  • ବର୍ତ୍ତମାନ ପ୍ୟାନ୍‌ରେ ଅଳ୍ପ ଘିଅ ଗରମ କରି ତେଜପତ୍ର, ଅଳେଇଚ, ଗୁଜୁରାତି ଓ ଷ୍ଟାରଫୁଲ ପକେଇ ହାଲକା ଭାଜିଦିଅନ୍ତୁ।
  • ଏହାପରେ ଏଥିରେ ପୂର୍ବରୁ ଗୋଳା ହୋଇ ରଖାଯାଇଥିବା ମଟନ୍‌କୁ ପକାଇ ଦିଅନ୍ତୁ।
  • ୫ରୁ ୧୦ମିନିଟ୍‌ କସିଲା ପରେ ଏବେ ଏଥିରେ ଏକ କପ୍‌ ପାଣି ଦେଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ କମ୍ ଆଞ୍ଚରେ ଘୋଡ଼ାଇ ରଖନ୍ତୁ।
  • ମଝିରେ ମଝିରେ ଏହାର ଘୋଡ଼ଣୀକୁ କାଢି ଗୋଳାଇ ଦେଉଥିବେ, ଯେପରି ତଳେ ନଲାଗିବ।
  • ଅଧଘଣ୍ଟା ପରେ ପୂର୍ବରୁ ରଖା ହୋଇଥିବା ପିଆଜ ବଟାକୁ ଏଥିରେ ପକାଇ ଭଲ ଭାବରେ କଷନ୍ତୁ।
  • ପ୍ରାୟ ୧୦ମିନିଟ୍‌ ଏଭଳି କଷିଲା ପରେ ପାଣି ଦେଇ ପୁଣିଥରେ ଏହାର ଘୋଡ଼ଣୀ ଘୋଡ଼ାଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ।
  • ମଝିରେ ମଝିରେ ଏହାର ଘୋଡ଼ଣୀ କାଢ଼ି କଷି ଦେଉଥିବା, ନଚେତ୍‌ ଏହା ପ୍ୟାନ୍‌ରେ ଲାଗିଯିବ।
  • ଅଧଘଣ୍ଟା ପରେ ଘୋଡ଼ଣା କାଢ଼ି ଦିଅନ୍ତୁ ଓ ଉପରେ ଟିକେ ଗରମ ମସଲା ଛିଞ୍ଚି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ସାହି ମଟନ୍‌ କୋର୍‌ମା’ । ଏହି ରେସିପିଟିକୁ ରୁଟି ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।