/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639212749.jpg)
‘potato makhni'
ଘରେ ଆମେ ନିରାମିଷରେ ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆଳୁର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପି ବନେଇବା ଅତି ସହଜ ଅଟେ । ଏହି ରେସିପିର ନାଁ ହେଉଛି ‘ଆଳୁ ମଖନି’ ।
Advertisment
‘ଆଳୁ ମଖନି’ ବନେଇବା ପାଇଁ ସାମଗ୍ରୀ:
ଆଳୁ, ଜିରା, ପିଆଜ, କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଦହି, କ୍ଷୀର, ଅଦା, ରସୁଣ, ଫ୍ରେଶ୍ କ୍ରିମ୍, ତେଲ, ଘିଅ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଅଦା, ରସୁଣ ଓ କାଜୁକୁ ମିଶାଇ ପେଷ୍ଟ ତିଆରି କରନ୍ତୁ।
- ସେହିପରି ଅଳ୍ପ କିଛି କାଜୁ ଭାଜି ରଖନ୍ତୁ ଓ ଆଳୁକୁ ଧୋଇ ଚୋପା ଚାଞ୍ଛି କାଟି ଦିଅନ୍ତୁ।
- ଏବେ କଡ଼େଇରେ ତେଲ ଗରମ କରି କଟା ଆଳୁକୁ ଫ୍ରାଏ କରନ୍ତୁ।
- ମନେ ରଖିବେ ଏଗୁଡ଼ିକୁ ବେଶୀ ଲାଲ୍ କରିବେ ନାହିଁ।
- ଆଳୁ ଗୋଲ୍ଡେନ୍ କଲର ହୋଇଆସିଲେ ଏହାକୁ ଏକ ପ୍ଲେଟ୍କୁ ବାହାର କରନ୍ତୁ।
- ଏହା ପରେ ଅନ୍ୟ ଏକ କଡ଼େଇରେ ଘିଅ ଗରମ କରି ଜିରା ପକାନ୍ତୁ।
- ଜିରା ଫୁଟିଗଲା ପରେ ସେଥିରେ କଟା ପିଆଜ ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ।
- ଏହାପରେ ସେଥିରେ ଭଜା କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ ଓ ଅଦା-ରସୁଣ-କାଜୁ ପେଷ୍ଟ୍ ପକାଇ ଦୁଇ ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ।
- ଏହାପରେ ଫ୍ରାଏ କରି ରଖିଥିବା ଆଳୁକୁ ପକାଇ ଆଉ କିଛି ସମୟ ମସଲାକୁ କଷନ୍ତୁ।
- ମସଲା ଭଲ ଭାବେ କଷି ହୋଇଗଲେ ଗ୍ୟାସ୍ର ଆଞ୍ଚ ଧିମା କରି ଦହି, କ୍ଷୀର, ପାଣି, ଅଳ୍ପ ଫ୍ରେଶ୍ କ୍ରିମ୍ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ।
- ସିଝିବା ପାଇଁ ଏହାକୁ ୩ ମିନିଟ୍ ଛାଡ଼ି ଦିଅନ୍ତୁ। ଏହା ଉପରେ ଧନିଆ ପତ୍ର ଓ ଅଳ୍ପ କ୍ରିମ୍ ପକାଇ ସଜାଇ ଦିଅନ୍ତୁ ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ‘ଆଳୁ ମଖନି’। ଏହି ରେସିପିକୁ ଗରମ ଗରମ ପୁରୀ କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)