/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640938562.jpg)
'mutton masala curry'
ଆପଣ କେବେ ‘ଛେଚା ମସଲା ଖାସି ମାଂସ’ ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି, ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଛେଚା ମସଲା ଖାସି ମାଂସ’ । ଏହି ରେସିପିକୁ ବନେଇବା ଅତି ସହଜ । ଏହି ରେସିପିର ବିଶେଷତ୍ୱ ହେଲା ଏହାକୁ ଆମେ ଛେଚା ମସଲାରେ ପ୍ରସ୍ତୁତ କରିବା ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ ଓ ପାଟିକୁ ବେଶୀ ସୁଆଦିଆ ଲାଗେ ।
Advertisment
‘ଛେଚା ମସଲା ଖାସି ମାଂସ’ ବନେଇବା ପାଇଁ ସାମଗ୍ରୀ:
ଖାସିମାଂସ,କଟା ପିଆଜ,ଧନିଆ ଗୁଣ୍ଡ,ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ,ଗୋଟା ମସଲା(ଶୁଖିଲା ଲଙ୍କା,ଗୁଜୁରାତି,ଡାଲଚିନି )ଅଦା,ରସୁଣ,କଞ୍ଚାଲଙ୍କା,ଧନିଆ ପତ୍ର, କଟା ଟମାଟୋ,ରିଫାଇନ୍ ତେଲ ଓ ସ୍ୱାଦନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଅଦା,ରସୁଣ,କଞ୍ଚାଲଙ୍କା,ଧନିଆ ପତ୍ରକୁ ଭଲ ଭାବେ ଛେଚି ରଖନ୍ତୁ ।
- ଖାସି ମାଂସରେ ହଳଦୀ ଗୁଣ୍ଡ ଓ ରିଫାଇନ ତେଲ ପକାଇ ଭଲ ଭାବେ ମ୍ୟାରିନେଟ୍ କରନ୍ତୁ ।
- ଚୁଲିରେ କଡେଇ ବସାଇ ତେଲ ପକାନ୍ତୁ ।
- ତେଲ ଗରମ ହୋଇଗଲା ପରେ କଡେଇରେ ମ୍ୟାରିନେଟ୍ ମାଂସକୁ ପକେଇ ଭଲ ଭାବେ ଗୋଳାଇ ଦିଅନ୍ତୁ
- ଏହାପରେ ମ୍ୟାରିନେଟ୍ ମାଂସ ଓ ମସଲାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ ।
- କିଛି ସମୟ ପରେ ଘୋଡଣୀ ବାହାର କରି କଟା ପିଆଜ,ସ୍ୱାଦନୁସାରେ ଲୁଣ,ଧନିଆ ଗୁଣ୍ଡ, ଗୋଟା ମସଲା,ଶୁଖିଲା ଲଙ୍କା,ଗୁଜୁରାତି,ଡାଲଚିନି ଓ କଟା ଟମାଟୋ ପକେଇ ଗାଳାଇ ଦିଅନ୍ତୁ ।
- କିଛି ସମୟ ପରେ ମାଂସରେ ଛେଚା ମସଲା ଓ ଲଙ୍କା ଗୁଣ୍ଡ ପକାଇ ଘୋଡ଼ଣୀ ଘୋଡ଼ଣୀ ଦିଅନ୍ତୁ ।
- ଏହାପରେ ଏହାକୁ ୪୦ରୁ ୪୫ ମିନିଟ ପର୍ଯ୍ୟନ୍ତ ମାଂସ ସିଝିବା ପାଇଁ ଛାଡି ଦିଅନ୍ତୁ ।
- ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ ।
- ଏହାକୁ ଏକ ପ୍ଲେଟକୁ କାଢି କଟା ଧନିଆ ପତ୍ର ପକାଇ ସଜେଇ ଦିଅନ୍ତୁ ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ଆମ ଓଡ଼ିଆ ଘରର ପାରମ୍ପରିକ ରେସିପି ‘ଛେଚା ମସଲା ଖାସି ମାଂସ’ । ଏହି ରେସିପିକୁ ଗରମ ଗରମ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
mutton masala curryAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)