• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରେ ବନାନ୍ତୁ ପାରମ୍ପରିକ ସୁଆଦିଆ 'ମୁଆଁ ପିଠା'

 ପିଠା ଖାଇବାକୁ ସାଧାରଣତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଆଜି ଗୁରୁବାର ରାନ୍ଧଣାରେ ପ୍ରସ୍ତୁତ କରିବା  ଆମ ଓଡ଼ିଆ ଘରର ପାରମ୍ପରିକ 'ମୁଆଁ ପିଠା'  । ଏହି ପିଠା ବହୁତ ସ୍ୱାଦିଷ୍ଟ ଲାଗିବା ସହ ସୁନ୍ଦର ମଧ୍ୟ ଦେଖାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ପିଠାକୁ କିଭଳି ପ୍ରସ୍ତୁତ କରାଯାଏ ।

'ମୁଆଁ ପିଠା' ବନେଇବା ପାଇଁ ସାମଗ୍ରୀ:

ବିରି, ଅରୁଆ ଚାଉଳ, ପାଣି, ଗୁଜୁରାତି ଗୁଣ୍ଡ, ନଡ଼ିଆ, ଚିନି ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବିରି ଏବଂ ଅରୁଆ ଚାଉଳକୁ ଭିଜାଇ ଦିଅନ୍ତୁ।
  • କିଛି ଘଣ୍ଟା ପରେ ଏହାକୁ ଭଲ ଭାବେ ଧୋଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
  • ଏହାକୁ ଆପଣ ଭଲ ଭାବେ ଗାଢ଼ା କରି ଗ୍ରାଇଣ୍ଡ କରି ଏକ ପାତ୍ରରେ ରଖନ୍ତୁ।
  • ଏହାପରେ ଅଳ୍ପ ପାଣି  ଦିଅନ୍ତୁ ଏବଂ ମନେ ରଖନ୍ତୁ ଚାଉଳକୁ ପୂରା ମସୃଣ କରିବେ ନାହିଁ।
  • ଏହା ପରେ ନଡ଼ିଆ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆ କୋରି ଦିଅନ୍ତୁ।
  • ଗ୍ୟାସ୍‌ରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ।
  • ଏଠାରେ ଆପଣ ଚିନି ଜାଗାରେ ଗୁଡ଼ ମଧ୍ୟ ନେଇ ପାରିବେ।
  • ଏବେ ପ୍ରସ୍ତୁତ ହୋଇଗଲା ପିଠା ପାଇଁ ଆବଶ୍ୟକ ନଡ଼ିଆ ପୁର ।
  • ଏହାପରେ ବିରି ଚାଉଳ ବଟାରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।
  • ଏବେ ଚୁଲି ଲଗାଇ ଏକ ବଡ଼ କଂସା ବା ଛୋଟ ଡିସ୍‌ ନିଅନ୍ତୁ ।
  • ଏହାପରେ ଏକ ବଡ ଡିସ୍‌ରେ ପାଣି ଦେଇ ଗ୍ୟାସ୍‌ରେ ବସାନ୍ତୁ।
  • ସେହି ଡିସ୍‌ ଉପରେ ଏକ ପତଳା କପଡ଼ା ଘୋଡ଼ାଇ ଦିଅନ୍ତୁ।
  • କପଡ଼ାର ଚାରି ପାଖ ବାନ୍ଧି ଦିଅନ୍ତୁ। କାରଣ ପିଠା କପଡ଼ା ଉପରେ ହିଁ ହେବ।
  • ଯଦି କପଡ଼ା ଠିକ୍‌ ଭାବେ ନ ବାନ୍ଧିବେ ତାହାଲେ ପିଠା ପାଣିରେ ବୁଡ଼ିଯିବ।
  • ଏବେ ସେହି କପଡ଼ା ଉପରେ ଆଉ ଏକ କପଡ଼ା ପକାନ୍ତୁ।
  • ପାଣି ଫୁଟି ଆସିଲେ କପଡାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିରି ଚାଉଳ ଆଣ ପକାନ୍ତୁ ।
  • ଏହାକୁ ଗୋଲ୍‌ କରି ମୋଟା ପିଠା ଭଳି କରିବେ।
  • ଏବେ ଏହି ବ୍ୟାଟର୍ ପରେ ନଡ଼ିଆ ପୁର ଦିଅନ୍ତୁ।
  • ଏବେ ପୁଣି ଥରେ ବ୍ୟାଟର୍‌କୁ ପୁର ଉପରେ ଦେଇ ପିଠାକୁ ଗୋଲ୍‌ ଆକୃତିର କରନ୍ତୁ। ପୁର ଯେପରି ବାହାରକୁ ଦେଖାଯିବ ନାହିଁ।
  • ଏବେ ଏକ ବଡ଼ ପାତ୍ର ନେଇ ପିଠାକୁ ଘୋଡ଼ାଇ ଦିଅନ୍ତୁ।
  • ୨୦ ମିନିଟ୍‌ ଯାଏ କମ୍‌ ଆଞ୍ଚରେ ପିଠାକୁ ସିଝିବାକୁ ଛାଡ଼ି ଦିଅନ୍ତୁ।
  • ଏହାପରେ ପିଠା ଭଲରେ ସିଝିଛି ନା ନାହିଁ ଦେଖନ୍ତୁ, ଯଦି ନ ସିଝିଥିବ ତାହାଲା ଆଉ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ।
  • ଏହାପରେ ଚୁଲିକୁ ବନ୍ଦ କରି ପିଠାକୁ ବାହାର କରି ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
  • ମନେରଖନ୍ତୁ ପିଠାରୁ କପଡ଼ା ବାହାର କରିବେ ନାହିଁ। ପୁରା ଥଣ୍ଡା ହେଲା ପରେ ପିଠାରୁ କପଡ଼ା ବାହାର କରି ଆପଣଙ୍କ ପସନ୍ଦ ଅନୁସାରେ କାଟି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ପାରମ୍ପରିକ ‘ମୁଆଁ ପିଠା’ । ଏହି ପିଠା ତିଆରି କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

'muan pitha' odia recipe'muan pitha' odia recipe