• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'କ୍ଷୀର ସାଗର'

ପର୍ବପର୍ବାଣୀ ଆସିଲେ ଆମ ଓଡ଼ିଆ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାଦିଷ୍ଟ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କ୍ଷୀର ସାଗର ‘। ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଜାଣନ୍ତୁ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

କ୍ଷୀର ସାର ବନେଇବା ପାଇଁ ସାମଗ୍ରୀ:

କ୍ଷୀର, ଛେନା, ଚିନି, ଗୁଜରାତି ଗୁଣ୍ଡ, ମଇଦା

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ ଏକ କଡ଼େଇ ବା ନନ୍ ଷ୍ଟିକ୍ କଡେଇ ବସାନ୍ତୁ
  • କଡେଇରେ କ୍ଷୀର ପକାଇ ଫୁଟାନ୍ତୁ।
  • କଡେଇରେ ଯେତିକ କ୍ଷୀର ନେବେ ତାହା ଅଧା ହେବା ପର୍ଯ୍ୟନ୍ତ ଲଗାତର ଭାବେ ଘାଣ୍ଟନ୍ତୁ।
  • କ୍ଷୀର ଫୁଟି ଫୁଟି ରାବିଡ଼ି ପ୍ରସ୍ତୁତ ହେବା ପରେ ସେଥିରେ ସ୍ୱାଦୁନସାରେ ଚିନି ପକାନ୍ତୁ।
  • ଏହାପରେ କିଛି ଛେନା ନିଅନ୍ତୁ , ଛେନାକୁ ଗୋଟିଏ ପ୍ଲେଟରେ ରଖି ତାହାକୁ ଭଲ ଭାବେ ହାତ ପାପୁଲିରେ ଭଲ ଭାବେ କରି ଦଳି ଚକଟନ୍ତୁ ।
  • ଏହାପରେ ସେଥିରେ ଅଳ୍ପ ମଇଦା ଦିଅନ୍ତୁ
  • ସେଥିରେ ମଇଦାକୁ ଭଲ ଭାବେ ମିଶା ଦିଅନ୍ତୁ।
  • ଏହାପରେ ସେହି ମିଶ୍ରଣ ଏହାକୁ ଛୋଟ ଛୋଟ ବଲ୍‌ ଆକାରର ପ୍ରସ୍ତୁତ କରି ଗଢନ୍ତୁ ।
  • ଏହାପରେ ଅନ୍ୟ ଏକ ପ୍ୟାନ୍‌ ବା କଡେଇରେ ଚିନି ଓ ପାଣି ମିଶାଇ ଏହାର ସିରା ପ୍ରସ୍ତୁର କରନ୍ତୁ।
  • ଚିନି ସିରା ଅଳ୍ପ ଫୁଟି ଆସିଲେ ସେଥିରେ ପୂର୍ବରୁ ଛୋଟ ଛୋଟ ଗୁଳା କରିଥିବା ବଲ୍‌କୁ ପକାଇ ଦିଅନ୍ତୁ।
  • ଏହି ଛେନାର ବଲ୍ ଗୁଡିକ କିଛି ସମୟ ଘୋଡ଼ାଇ ଛାଡ଼ି ଦିଅନ୍ତୁ ।
  • ଏହାପରେ ଛେନାବଲ୍ ଗୁଡିକୁ ସିରାରୁ ବାହାର କରି ରାବିଡିରେ ପକାନ୍ତୁ।
  • ଏହି ମିଶ୍ରଣକୁ କିଛି ସମୟ ପର୍ଯ୍ୟନ୍ତ ଚୁଲିରେ ଫୁଟିବାକୁ ଛାଡ଼ି ଦିଅନ୍ତୁ।
  • ଏହାପରେ ସେଥିରେ ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଚୁଲିକୁ ବନ୍ଦ କରି ଦିଅନ୍ତୁ।
  • ଏହା ଥଣ୍ଡା ହେବା ପରେ ଏହାକୁ ଏକ ପାତ୍ରକୁ କାଢି ସଜେଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମିଠା ‘କ୍ଷୀର ସାଗର’ । ଏହି ରେସିପି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।