/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643526837.jpg)
'methi fish curry'
ଆମେ ଘରେ ମାଛର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଯେମିତିକି ମାଛ ମସଲା,ମାଛ ବେସର ଆଦଇ ବିଭିନ୍ନ ରେସିପି । କିନ୍ତୁ ଆଜି ଆମେ ମାଛର ଏକ ନିଆରା ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମେଥି ମାଛ’ । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ଆମେ ବନେଇ ପାରିବା ।
Advertisment
‘ମେଥି ମାଛ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ମାଛ, ଧଳା ଗୋଲ ମରିଚ, ଲେମ୍ବୁ ରସ, ତେଲ, ବଟା ରସୁଣ, ଅଦା ପେଷ୍ଟ, ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ମେଥି ଶାଗ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଏକ ପାତ୍ରରେ କଟା ମାଛ, ଧଳା ଗୋଲମରିଚ ଗୁଣ୍ଡ, ଅଧା ଚାମଚ ଲୁଣ ଓ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାନ୍ତୁ।
- ଏହାକୁ ମ୍ୟାରିନେଟ୍ କରିବା ଲାଗି ୧ ଘଣ୍ଟା ଘୋଡ଼ାଇ ରଖି ଦିଅନ୍ତୁ। ଘଣ୍ଟାଏ ପରେ ଏହି ମାଛକୁ ଭାଜି ଦିଅନ୍ତୁ।
- ଅନ୍ୟ ଏକ ପ୍ୟାନ୍ରେ ୨ ଟେବଲ୍ ସ୍ପୁନ୍ ତେଲ ଗରମ କରି ଏଥିରେ ବଟା ଅଦା ରସୁଣ ପକାଇ ୨ ମିନିଟ୍ ଯାଏ ଭାଜନ୍ତୁ।
- ଏବେ ଏଥିରେ କଟା ପିଆଜ ପକାଇ ଆହୁରି ଭଲ ଭାବେ ଭାଜନ୍ତୁ। ଏଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ୧ ଚାମଚ ଲୁଣ ପକାନ୍ତୁ। ଏହା ପରେ ଏଥିରେ ଟମାଟୋ ପ୍ୟୁରି ପକାଇ ୫ରୁ ୭ ମିନିଟ୍ ଯାଏ ଗୋଳାନ୍ତୁ।
- ଏବେ ମେଥି ଶାଗ ମିଶାଇ ପାଣି ଦେଇ ଭଲ ଭାବେ ଫୁଟାନ୍ତୁ।
- ଏବେ ଭଜା ମାଛ ପକାଇ ୫ ମିନିଟ୍ ଯାଏ ସିଝାନ୍ତୁ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ‘ମେଥି ମାଛ’। ଏହାକୁ ଧନିଆ ପତ୍ରରେ ସଜାଇ ଭାତ ସହ ଗରମ ଗରମ ଖାଆନ୍ତୁ। ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
methi fish curryAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)