/odishatv-khabar/media/post_attachments/uploadimage/library/16_9/16_9_0/crab_curry_1638692839.jpg)
crab curry
ଆପଣ ମାଟି ହାଣ୍ଡିରେ ଚିକେନ କିମ୍ବା ମଟନର ରେସିପି ତିଆରି କରି ଖାଇଥିବେ । କେବେ ଆପଣ ମାଟି ହାଣ୍ଡିରେ କଙ୍କଡ଼ାର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓଡ଼ିଆ ଘରର ଗୋଟିଏ ଦେଶୀ ରେସିପି । ଏହି ରେସିପିର ନାଁ ହେଉଛି ‘ମାଟି ହାଣ୍ଡି କଙ୍କଡ଼ା’ । ଏହାକୁ ଆପଣ ଘରେ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବେ ।
Advertisment
‘ମାଟି ହାଣ୍ଡି କଙ୍କଡ଼ା’ ବନେଇବା ପାଇଁ ସାମଗ୍ରୀ:
କଙ୍କଡ଼ା,ପିଆଜ ବଟା,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,କଟା ପିଆଜ,ଲୁଣ,ଗରମ ମସଲା,ଜିରା ଗୁଣ୍ଡ,ଅଦା-ରସୁଣ ପେଷ୍ଟ,ତେଲ,ଟମାଟୋ ପେଷ୍ଟ,ତେଜପତ୍ର,ଫୁଟଣ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ ବଟା ଓ ପିଆଜ ବଟା ପକାଇ ଗୋଳାଇ ଦିଅନ୍ତୁ।
- ଏବେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଫୁଟଣ, ତେଜପତ୍ର, କଟା ପିଆଜ ଏବଂ ସ୍ୱାଦ ଅନୁସାରେ ଆଉ ଟିକେ ଲୁଣ ପକାଇ ଗୋଳାନ୍ତୁ।
- ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଳ୍ପ ପିଆଜ ବଟା, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଜିରା ଗୁଣ୍ଡ ପକାନ୍ତୁ ଓ କଷନ୍ତୁ।
- ମସଲା ଭଲ ଭାବେ କଷି ହୋଇଯିବା ପରେ ପୂର୍ବରୁ ମସଲା ଗୋଳାଇ ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ ଓ କଷନ୍ତୁ।
- କଙ୍କଡ଼ା ଭଲ ଭାବେ କଷି ହୋଇଗଲେ ସେଥିରେ ଟମାଟୋ ପେଷ୍ଟ୍ ଓ ପାଣି ଦେଇ ଫୁଟାନ୍ତୁ।
- କିଛି ସମୟ ଫୁଟିବା ପରେ ସେଥିରେ ଗରମ ମସଲା ପକାନ୍ତୁ ଓ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ।
- ପ୍ରସ୍ତୁତ ହୋଇଗଲା ଆପଣଙ୍କ ମାଟି ହାଣ୍ଡି କଙ୍କଡ଼ା। ଏହାକୁ ଭାତ ସହିତ ଖାଆନ୍ତୁ, ଖୁବ୍ ଭଲ ଲାଗିବ।
Advertisment
crab curryAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)