• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରେ ବନାନ୍ତୁ 'ଚିକେନ ଭୁନା ମସାଲା'

ଚିକେନରେ ଆପଣ ବିଭିନ୍ନ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି । ଏହି ରେସିପିଟିକୁ ଆପଣ ଲଞ୍ଚ୍‌ରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଚିକେନ ଭୁନା ମସାଲା’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ସରଳ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଚିକେନ ଭୁନା ମସାଲା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଚିକେନ, ଲୁଣ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଧନିଆ, ହଳଦି, ଦହି କିମ୍ବା ଲେମ୍ବୁ, ପିଆଜ, ଅଦା,ରସୁଣ, ଗୋଟା ଧନିଆ, କଳା ମରିଚ, ଗୋଲମରିଚ, ଅଳେଇଚ, ସାହି ଜିରା, ବଡ ଅଳେଇଚ, ଲବଙ୍ଗ, ଧନିଆ ପତ୍ର, ଦହି ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିକେନକୁ ଧୋଇ ସେଥିରେ ଲୁଣ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଧନିଆ, ହଳଦି, ଦହି କିମ୍ବା ଲେମ୍ବୁ, ଅଦାରସୁଣ ପେଷ୍ଟ ପକାଇ ମ୍ୟାରିନେଟ କରି ଦିଅନ୍ତୁ ।
  • ସେଥିରେ କିଛି ପିଆଜକୁ ସ୍ଲାଇସ୍‌ କରି କାଟି ପକାଇ ପ୍ରାୟ ୧ ଘଣ୍ଟା ଛାଡ଼ି ଦିଅନ୍ତୁ।
  • ଏହାପରେ ଏକ କଡ଼େଇରେ ଗୋଟା ଧନିଆ, କଳା ମରିଚ, ଗୋଲମରିଚ, ଅଳେଇଚ, ସାହି ଜିରା, ବଡ ଅଳେଇଚ, ଲବଙ୍ଗ, ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ।
  • ଥଣ୍ଡା ହେବା ପରେ ତାହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
  • ଏହାପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହେବା ପରେ ସେଥିରେ ଚିକେନ ପକାଇ ଫ୍ରାଏ କରନ୍ତୁ।
  • ଉଭୟ ପଟ ଗୋଲଡେନ କଲର ହେବ ଯାଏ ଫ୍ରାଏ କରନ୍ତୁ।
  • ଏହାପରେ ଆଉ ଏକ କଡ଼େଇରେ ତେଲ ପକାନ୍ତୁ।
  • ସେଥିରେ ତେଜପତ୍ର, ଗୋଲମରିଚ ପକାଇ ପିଆଜକୁ ଗୋଲଡେନ ଫ୍ରାଏ କରନ୍ତୁ।
  • ଏହାପରେ ସେଥିରେ କିଛି ପାଣି ପକାନ୍ତୁ। ପାଣି ଫୁଟିଲେ ସେଥିରେ ଚିକେନ ଫ୍ରାଏ ପକାନ୍ତୁ।
  • ଏହାକୁ ଘୋଡ଼ାଇ ୧୦ ମିନିଟ ଯାଏ ଛାଡ଼ି ଦିଅନ୍ତୁ।
  • ଏହା ଅଧା ସିଝିଗଲା ପରେ ସେଥିରେ ଦହି ପକାନ୍ତୁ।
  • ଏହାପରେ ତାହା ଉପରେ ଗ୍ରାଇଣ୍ଡିଂ ହୋଇଥିବା ଡ୍ରାଏ ମସଲାକୁ ପକାଇ ଦିଅନ୍ତୁ ।
  • ଏହାପରେ ସେଥିରେ ଧନିଆପତ୍ର ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ ଭୁନା ମସାଲା’ । ଏହି ରେସିପିଟିକୁ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

'chiken bhuna masala''chiken bhuna masala'

OTV is now on Whatsapp

Join and get latest news update delivered to you via whatsapp

Join Now