• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ସହଜ ଓ ସରଳ ଉପାୟରେ ବନାନ୍ତୁ ‘ବାଲୁସାହି’

ସବୁଠି ଏବେ ପୂଜାର ମାହୋଲ । ମାଆଙ୍କ ଆଗମନ ପାଇଁ ଘରେ ଘରେ ପ୍ରସ୍ତୁତ ହୁଏ ବିଭିନ୍ନ ପ୍ରକାରର ମିଠା ଭୋଗ । ଏହି ଦୂର୍ଗାଷ୍ଟମୀ ଅବସରରେ ଘରେ ଏହି ମିଠାର ରେସିପି ବନେଇ ମାଆଙ୍କ ନିକଟରେ ଭୋଗ ଲଗାନ୍ତୁ । ଏହି ରେସିପିର ନାଁ ହେଉଛି ‘ବାଲୁସାହି’ । ଏହି ରେସିପିଟୁକୁ ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ବାଲୁସାହି’ ବନେଇବା ପାଇଁ ସାମଗ୍ରୀ:ମଇଦା-୨ କପ୍,ଘିଅ,ଚିନି, କଟା ପିସ୍ତା ବାଦାମ ବେକିଂ ସୋଡ଼ା,ଅଳ୍ପ ଲୁଣ,ମିଠାରେ ପକାଇବା ପାଇଁ ଖାଦ୍ୟ ରଙ୍ଗ,ଦହି,ଲେମ୍ବୁ ରସ-୧ ଚାମଚ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମଇଦାକୁ ଅଟା ଚଲାରେ ଚଲେଇ ଏକ ପାତ୍ରରେ ରଖି ଦିଅନ୍ତୁ ।
  • ଏହାପରେ ମଇଦାରେ ଅଳ୍ପ ଦହି, ଘିଅ ଓ ବେକିଂ ସୋଡ଼ା ମିଶାଇ ଅଳ୍ପ ଉଷୁମ ପାଣି ଦେଇ ଚକଟି ଦିଅନ୍ତୁ ।
  • ମଇଦାକୁ ଭଲ ଭାବେ ଚକଟିବା ପରେ ଏହାକୁ ୨୦ ମିନିଟ୍‌ ଯାଏଁ ଏକ ଓଦା କପଡ଼ାରେ ଗୁଡ଼େଇ ରଖି ଦିଅନ୍ତୁ ।
  • ଏହାର ୨୦ ମିନିଟ୍‌ ପରେ ପୁଣି ଥରେ ହାଲ୍‌କା ଚକଟି ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ ।
  • ଏହି ଗୋଲ ଗୁଳାଗୁଡ଼ିକୁ ହାତରେ ସାମାନ୍ୟ ଚେପଟା କରି ଦିଅନ୍ତୁ ଓ ଉପରପଟୁ ଆଙ୍ଗୁଳିରେ କଣା କରିଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ଘିଅ ପକାନ୍ତୁ ।
  • ଘିଅ ଗରମ ହେବା ପରେ କମ୍ ଆଞ୍ଚରେ ଏହି ମଇଦା ଗୁଳାଗୁଡ଼ିକୁ ହାଲକା ଲାଲ୍‌ ହେବାଯାଏଁ ଛାଣନ୍ତୁ ।
  • ଏହାପରେ ମିଠାପାଇଁ ସିରା ପ୍ରସ୍ତୁତ କରନ୍ତୁ ।
  • ଚିନି ଓ ପାଣିକୁ ଫୁଟାଇ ସିରା ପ୍ରସ୍ତୁତ କରନ୍ତୁ । ଚିନି ସିରାରେ ଅଳ୍ପ ଗୁଜୁରାତି ଗୁଣ୍ଡ ପକାନ୍ତୁ । ଏହାପରେ ସିରା ଫୁଡ୍ କଲର ୨ ବୁନ୍ଦା ପକାନ୍ତୁ ।
  • ଏହାପରେ ସିରାରେ ୧ ଚାମଚ ଲେମ୍ବୁ ରସ ପକାନ୍ତୁ ।
  • ମନେ ରଖନ୍ତୁ ସିରା ବେଶୀ ମୋଟା କିମ୍ବା ବେଶୀ ପତଳା ହେବ ନାହିଁ ।
  • ଗରମ ଗରମ ସିରାରେ ଛଣାଯାଇଥିବା ମଇଦା ଗୁଳାଗୁଡ଼ିକୁ ପକାଇ ଦିଅନ୍ତୁ ।
  • ଏହାପରେ ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ ।
  • ଅଧ ଘଣ୍ଟା ପରେ ଏହାକୁ ଖୋଲା ସ୍ଥାନରେ ରଖି ଥଣ୍ଡା କରି ଦିଅନ୍ତୁ ।
  • ଏହାପରେ ଏହାକୁ ଏକ ପାତ୍ରକୁ କାଢି ସେଥିରେ କଟା ପିସ୍ତା ବାଦାମ ପକାଇ ସଜେଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ବାଲୁସାହି’ । ଏହି ମିଠା ରେସିପିକୁ ବନେଇ ମାଆଙ୍କ ନିକଟରେ ଭୋଗ ଲଗାନ୍ତୁ ।