Advertisment

କେବେ ବି ଖାଇନଥିବେ ଚିଙ୍ଗୁଡ଼ିର ଏହି ରେସିପି

ଆପଣ ଅନେକ ପ୍ରକାରର ଚିଙ୍ଗୁଡ଼ି ଆଇଟମ୍‌ ଖାଇଥିବେ କିନ୍ତୁ କେବେ କ’ଣ ଚିଙ୍ଗୁଡ଼ି ଚକ୍‌ମା ଖାଇଛନ୍ତି। ଏହାକୁ ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରି ଏହାର ମଜା ନେଇ ପାରିବେ। ତେବେ ଚାଲନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ଚିଙ୍ଗୁଡ଼ି ଚକ୍‌ମା।

author-image
Pallipuspa Samal
'chingudi chkma' recipe

'chingudi chkma' recipe

ଘରେ ଆପଣ ଚିଙ୍ଗୁଡ଼ିର ଅନେକ ରେସିପି ତିଆରି କରି ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚଙ୍ଗୁଡ଼ି ଚକ୍‌ମା’ ।  ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ‘ଚଙ୍ଗୁଡ଼ି ଚକ୍‌ମା’ ରେସିପ ବନେଇ ଆଜିର ଖ୍ରୀଷ୍ଟମାସକୁ କରନ୍ତୁ ଖାସ୍ ।

Advertisment

‘ଚିଙ୍ଗୁଡ଼ି ଚକ୍‌ମା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଚିଙ୍ଗୁଡ଼ି, ଲଙ୍କା ପାଉଡ଼ର, ଜିରା ପାଉଡ଼ର, ଗରମ ମସଲା, ହଳଦୀ ଗୁଣ୍ଡ, ତେଲ ,ଲୁଣ, ମସଲା ପେଷ୍ଟ୍‌- ( ଭିନେଗାର, ଶୁଖିଲା ଲଙ୍କା, ଜିରା, ରସୁଣ)ରେ ପ୍ରସ୍ତୁତ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବଡ଼ ଚିଙ୍ଗୁଡ଼ି ଆଣି ତାକୁ ଧୋଇ ସେଥିରେ ଲୁଣ ହଳଦୀ ଗୋଳାଇ ଏକ ପାତ୍ରରେ ରଖନ୍ତୁ।
  • ତାପରେ ସେହି ଚିଙ୍ଗୁଡ଼ିରେ ଭିନେଗାର, ଜିରା, ରସୁଣ, ଶୁଖିଲା ଲଙ୍କା ପେଷ୍ଟ୍‌ ପକାନ୍ତୁ।
  • ଏହାପରେ ସେଥିରେ ଲୁଣ, ଅଳ୍ପ ହଳଦୀ, ଗରମ ମସଲା, ଅଳ୍ପ ଜିରା ପାଉଡର ପକାଇ ଗୋଳେଇ ଦିଅନ୍ତୁ। ତାପରେ କିଛି ସମୟ ତାକୁ ରଖି ଦିଅନ୍ତୁ।
  • ଏହାପରେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।
  • ତେଲ ଗରମ ହୋଇଯିବା ପରେ ସେହି ମସଲା ଗୋଳା ହୋଇ ରହିଥିବା ଚିଙ୍ଗୁଡ଼ିକୁ ପକାଇ ଏପଟ ସେପଟ କରି ଲେଉଟାଇ ଭାଜନ୍ତୁ।
  • ଚିଙ୍ଗୁଡ଼ି ଭାଜି ହୋଇଯିବା ପରେ ସେଥିରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।
  •   ଏହାପରେ ଏହାକୁ ଏକ ପାତ୍ରକୁ କାଢି ନିଅନ୍ତୁ । କଟା ଧନିଆ ପତ୍ର ପକାଇ ଏହାକୁ ସଜେଇ ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା  ସୁଆଦିଆ 'ଚିଙ୍ଗୁଡ଼ି ଚକ୍‌ମା'।   ଏହି ରେସିପିଟିକୁ ଗରମ ଭାତ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପି ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । 

Odia Food And Recipes
Advertisment
Advertisment