Advertisment

Kashmiri Shawl: ଦାମ ଶୁଣିଲେ ଉଡ଼ିଯାଉଛି ହୋସ୍ , ଗୋଟିଏ ଶାଲ୍ ମୂଲ୍ୟରେ କିଣିହେବ ସୁନାହାର

ଜମୁଛି ଐତିହାସିକ କଟକ ବାଲିଯାତ୍ରା। ପଡ଼ିଆରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସାୟୀ ବାଲିଯାତ୍ରାରେ ଦୁଇ ପଇସା ରୋଜଗାର କରିବାକୁ ଆସିଛନ୍ତି। ଆଉ ସବୁବର୍ଷ ଭଳି ଏବର୍ଷ ମଧ୍ୟ ଚର୍ଚ୍ଚାରେ ଅଛି ଓରମାସ।

author-image
Manas Ranjan Mohanty
2-Lakh-Saul-Balijatra

2-Lakh-Saul-Balijatra Photograph: (OTV)

ଜମୁଛି ଐତିହାସିକ କଟକ ବାଲିଯାତ୍ରା। ପଡ଼ିଆରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସାୟୀ ବାଲିଯାତ୍ରାରେ ଦୁଇ ପଇସା ରୋଜଗାର କରିବାକୁ ଆସିଛନ୍ତି। ଆଉ ସବୁବର୍ଷ ଭଳି ଏବର୍ଷ ମଧ୍ୟ ଚର୍ଚ୍ଚାରେ ଅଛି ଓରମାସ। ଏଥର ଯାତ୍ରା ପଡ଼ିଆରେ ଓରମାସକୁ ୨୭ଟି ରାଜ୍ୟର ବ୍ୟବସାୟୀ ଆସିଛନ୍ତି। କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଓରମାସର ୫୧୫ ନମ୍ୱର ଷ୍ଟଲ୍। ଜମ୍ମୁ କାଶ୍ମୀରରୁ ଆସିଥିବା ଏହି ଷ୍ଟଲରେ ମିଳୁଛି ୫୦୦ ଟଙ୍କାରୁ ୨ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର ଶାଲ। ଦାମ୍ ଶୁଣି ଆପଣ ଚମକି ପଡ଼ିଲେ କି ? ଆଜ୍ଞା ହଁ। ଏହି ଶାଲ୍ ଜମ୍ମୁ କାଶ୍ମୀରର ଦୁର୍ମୂଲ୍ୟ ପଶମିନା ଫାବରିକରେ ତିଆରି ହୋଇଛି। ଏହି ଶାଲ କେବଳ ଭାରତରେ ନୁହେଁ ବିଦେଶରେ ବି ବେଶ ଲୋକପ୍ରିୟ। ଏହା ଏବେ ଷ୍ଟାଟସର ପ୍ରତୀକ ପାଲଟିଗଲାଣି। ବଡ଼ ବଡ଼ ସେଲିବ୍ରିଟିଙ୍କର ଏହା ପ୍ରଥମ ପସନ୍ଦ । 

Advertisment



ପଶମିନା ଶବ୍ଦ ଫରାସୀ ଶବ୍ଦ ପଶ୍ମରୁ ଆସିଛି । ଯାହାର ଅର୍ଥ ହେଉଛି ଉଲ୍ । କାଶ୍ମୀରରେ ଦେଖାଯାଉଥିବା ପାହାଡ଼ିଆ ଛେଳି ଚାଙ୍ଗଥାଙ୍ଗିର ସୂକ୍ଷ୍ମ ଲୋମରୁ ତିଆରି ଏହି ପଶମିନା ଶାଲ ହାଲୁକା, ନରମ ଏବଂ ଉଷ୍ମ ହୋଇଥିବାରୁ ସାରା ବିଶ୍ୱରେ ବେଶ ଲୋକପ୍ରିୟ। କାଶ୍ମୀରୀ କାରିଗରମାନଙ୍କ ଦ୍ୱାରା ହାତରେ ବୁଣାଯାଇଥିବା ଏହି ଶାଲଟି ଏକ ଶତାବ୍ଦୀ ପୁରୁଣା ପରମ୍ପରା ବହନ କରେ । ଯାହାକୁ ଏକଦା ରାଜାରାଜୁଡାମାନେ ବ୍ୟବହାର କରୁଥିଲେ। ଏହି ଚାଙ୍ଗଥାଙ୍ଗି ଛେଳି ଶୀତଦିନେ ନିଜ ଶରୀରର ଲୋମର ଉପର ସ୍ତରକୁ ନିଜେ ତ୍ୟାଗ କରିଥାଏ। ହେଲେ ପଶମିନା ଶାଲ ପ୍ରସ୍ତୁତି ପ୍ରକ୍ରିୟା ବହୁତ ଜଟିଳ। ଗୋଟିଏ ଶାଲ ତିଆରି କରିବା ପାଇଁ ତିନିଟି ଛେଳିର ଲୋମ ଆବଶ୍ୟକ ହୁଏ। ଆଉ ସମ୍ପର୍ଣ୍ଣ ତିଆରି ହେବାକୁ ଲାଗିଯାଏ ୭-୧୦ ଦିନର ସମୟ। ତେଣୁ ଏହାର ମୂଲ୍ୟ ବହୁତ ଥାଏ। ପଶମିନା ଶାଲ ଦାମ ୫୦ହଜାର ଟଙ୍କାରୁ ୧୦ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ। 

ବାଲିଯାତ୍ରାର କାଶ୍ମୀର ଶାଲ୍ ଦୋକାନରେ ଲାଗୁଛି ଲୋକଙ୍କ ଭିଡ଼। ହାତ ତିଆରି ନୂଆ ନୂଆ ଡିଜାଇନକୁ ଖୁବ ପସନ୍ଦ କରୁଛନ୍ତି ଗ୍ରାହକ। ଆଉ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବାଲିଯାତ୍ରାରେ ଭଲ ବ୍ୟବସାୟ କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ।       

Advertisment
Related Articles
Advertisment