Advertisment

ସଂଧ୍ୟାରେ ବନାନ୍ତୁ ‘ଚିଲି ବେବି କର୍ଣ୍ଣ’

ସୁଆଦିଆ ଖାଦ୍ୟ ଖାଇବା ପାଇଁ ସମସ୍ତଙ୍କର ମନ ଥାଏ,କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମକୁ ସୁଆଦିଆ ଖାଦ୍ୟ ବନେଇବା ପାଇଁ ସମୟ ହୋଇନଥାଏ । ଘରକୁ ଗେଷ୍ଟ ଆସିଲେ ଅଳ୍ପ ସମୟ ମଧ୍ୟରେ କେଉଁ ରେସିପି ପ୍ରସ୍ତୁତ କରିବେ ତାହାକୁ ନେଇ ବେଳେ ବେଳେ ଆମେ ଚିନ୍ତାରେ ପଡ଼ିଯାଉ । ତେବେ ଆମେ ଆପଣ ମାନଙ୍କୁ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ବେବି କର୍ଣ୍ଣ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

author-image
Pallipuspa Samal
ଅଦ୍ୟତନ ହୋଇଛି
ସଂଧ୍ୟାରେ ବନାନ୍ତୁ ‘ଚିଲି ବେବି କର୍ଣ୍ଣ’

chilli baby corn

ସୁଆଦିଆ ଖାଦ୍ୟ ଖାଇବା ପାଇଁ ସମସ୍ତଙ୍କର ମନ ଥାଏ,କିନ୍ତୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମକୁ ସୁଆଦିଆ ଖାଦ୍ୟ ତିଆରି କରିବା ପାଇଁ ସମୟ ହୋଇନଥାଏ । ଘରକୁ ଗେଷ୍ଟ ଆସିଲେ ଅଳ୍ପ ସମୟ ମଧ୍ୟରେ କେଉଁ ରେସିପି ପ୍ରସ୍ତୁତ କରିବେ, ତାହାକୁ ନେଇ ବେଳେ ବେଳେ ଆମେ ଚିନ୍ତାରେ ପଡ଼ିଯାଉ । ତେବେ ଆମେ ଆପଣ ମାନଙ୍କୁ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ବେବି କର୍ଣ୍ଣ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Advertisment

‘ଚିଲି ବେବିକର୍ଣ୍ଣ’ ବନେଇବା ପାଇଁ ସାମଗ୍ରୀ:

ବେବିକର୍ଣ୍ଣ-୨୦୦ ଗ୍ରାମ,ମଇଦା-୨୫ ଗ୍ରାମ,ଆରାରୁଟ ପାଇଡର- ୨୫ ଗ୍ରାମ,ପିଆଜ ୨ଟି,କଞ୍ଚା ଲଙ୍କା ୨ଟି,ପିଆଜ ୨ଟି,ସିମଲା ଲଙ୍କା ୩ଟି,ଅଦା ରସୁଣ ପେଷ୍ଟ,ଚିଲି ସସ୍-୨ ଚାମଚ,ଟମାଟୋ ସସ୍-୨ ଚାମଚ,ସୋୟା ସସ୍ -୧ ଚାମଚ ଅଳ୍ପ ରିଫାଇନ ତେଲ,ଅଳ୍ପ ରାଶି,ଅଳ୍ପ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବେବିକର୍ଣ୍ଣକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।
  • ଏହାପରେ ସେଥିରେ ଆରାରୁଟ ପାଇଡର,ମଇଦା ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।
  • ଏହା ପରେ ପିଆଜ, ସିମଲା ଲଙ୍କା ଓ କଞ୍ଚାଲଙ୍କାକୁ ଛୋଟ ଛୋଟ କରି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ କଡେଇରେ ତେଲ ଗରମ କରି ଆଗରୁ ଗୋଳା ହୋଇଥିବା ବେବିକର୍ଣ୍ଣକୁ ତେଲରେ ଗୋଲ୍ଡେନ ବ୍ରାଉନ୍ ହେବା ଯାଏଁ ଛାଣି ଦିଅନ୍ତୁ ।
  • ଏହାପରେ ଅନ୍ୟ କଡେଇରେ ଅଳ୍ପ ତେଲ ପକାନ୍ତୁ,ତେଲ ଗରମ ହେବା ପରେ ଆଗରୁ କଟା ହୋଇଥିବା ପିଆଜ, ସିମଲା ଲଙ୍କା ଓ କଞ୍ଚାଲଙ୍କାକୁ ପକାଇ ଅଳ୍ପ ଭାଜନ୍ତୁ ।
  • ଏହାପରେ ସେଥିରେ ଗୋଟିଏ କପ୍ ପାଣି ପକାନ୍ତୁ ଓ ସେଥିରେ ଚିଲି ସସ୍, ଚାମଚ,ଟମାଟୋ ସସ୍, ଚାମଚ,ସୋୟା ସସ୍ ଓ ଲୁଣ ପକାଇ ଫୁଟାନ୍ତୁ ।
  • ଏହାପରେ ସେହି ମିଶ୍ରଣରେ ଛଣା ହୋଇଥିବା ବେବିକର୍ଣ୍ଣ ପକାଇ ଗୋଳେଇ ଦିଅନ୍ତୁ ।
  • ବେବିକର୍ଣ୍ଣ ଭଲଭାବେ ଗୋଳେଇ ହେବା ପରେ ସେଥିରେ ଅଳ୍ପ ରାଶି ପକେଇ ଦିଅନ୍ତୁ ।
  • ଏହାପରେ ଗ୍ୟାସ ବନ୍ଦ କରି ଏହାକୁ ଏକ ପାତ୍ରକୁ ବାହାର କରିନିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଓ ଚଟପଟା ‘ଚିଲି ବେବିକର୍ଣ୍ଣ’ । ଏହି ରେସିପିଟିକୁ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତି ‘ଚିଲି ବେବିକର୍ଣ୍ଣ’ ।

Odisha Odia Food And Recipes Chilly Baby Corn
Advertisment
Advertisment