• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଆଜି ବୁଧବାର ରାନ୍ଧଣାରେ ଆମେ ଚିକେନର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି 'ଚିକେନ୍ ଓନିଅନ୍’ । ଏହି ରେସିପିଟିକୁ ବନେଇବା ଅତି ସହଜ ଓ ସରଳ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଆବଶ୍ୟକ ସାମଗ୍ରୀ:

ଚିକେନ୍‌, ପିଆଜ, ଟମାଟୋ, ତେଲ, ଲୁଣ, ହଳଦୀ, ଗରମ ମସଲା, କଞ୍ଚା ଲଙ୍କା, ଶୁଖିଲା ଲଙ୍କା ଗୁଣ୍ଡ ଓ ଧନିଆପତ୍ର

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।
  • ତେଲ ଗରମ ହୋଇଯିବା ପରେ ସେଥିରେ କଟା ଯାଇଥିବା ପିଆଜ ପକାନ୍ତୁ।
  • ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ କଞ୍ଚାଲଙ୍କା ପକାନ୍ତୁ।
  • ତା’ପରେ ସେଥିରେ ଚିକେନ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ସେଥିରେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, କଟା ଟମାଟୋ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାନ୍ତୁ।
  • ୨୦ ମିନିଟ୍‌ ପର୍ଯ୍ୟନ୍ତ ଭଲ ଭାବେ କଷନ୍ତୁ। ଚିକେନ୍‌ କଷି ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡ଼ଣି ଘୋଡେଇ ଦିଅନ୍ତୁ।
  • ଚିକେନ୍‌ ସିଝିଯିବା ପରେ ସେଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା 'ଚିକେନ୍ ଓନିଅନ୍’। ଏହି ରେସିପିକୁ ରୁଟି କମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

chiken onionchiken onion

OTV is now on Whatsapp

Join and get latest news update delivered to you via whatsapp

Join Now