• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ପନିର ରେଶମି'

ଘରେ ପନିରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି 'ପନିର ରେଶମି' । ଏହି ରେସିପିଟି ଆପଣ ଘରେ ଅତି ସହଜ ଓ ସରଳ ଭାବରେ ପନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । 

  'ପନିର ରେସମୀ' ବନେଇବା ପାଇଁ ସାମଗ୍ରୀ:

ପନିର, ପିଆଜ, ଟମାଟୋ, ଶିମଳା ଲଙ୍କା, ଅଦା ରସୁଣ ପେଷ୍ଟ, ଜିରା, ପାଣି, ଧନିଆ ପାଉଡର, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କ୍ରିମ୍, ଧନିଆପତ୍ର, ଗରମ ମସଲା, ତେଲ ଓ ଲୁଣ ସ୍ୱାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପିଆଜ, ଟମାଟୋ ଓ ଶିମଲା ଲଙ୍କାକୁ ଲମ୍ବା କରି କାଟିଦିଅନ୍ତୁ।
  • ତା ପରେ କଡେଇରେ ତେଲ ଗରମ କରି ଜିରା ପକାନ୍ତୁ।
  • ଏହାପରେ ଜିରା ଫୁଟିବା ପରେ ପିଆଜ ପକାନ୍ତୁ ।
  • ଏହାପରେ ଏଥିରେ କଟା ହୋଇଥିବା ଟମାଟୋ ଏବଂ ଶିମଲା ଲଙ୍କା ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ ।
  • ଏବେ ଅଦା ରସୁଣ ପେଷ୍ଟ, ଧନିଆ ପାଉଡର, ହଳଦୀଗୁଣ୍ଡ ପକାଇ ସିମ୍‌ କରି ଫୁଟାନ୍ତୁ ।
  • ଏହାପରେ ଏଥିରେ ଅଳ୍ପ ପାଣି ସହିତ ପନିର ପକାଇ ଘୋଡ଼ାଇ ଦିଅନ୍ତୁ ।
  • ୧୦ ମିନିଟ୍ ପରେ ଗ୍ୟାସକୁ ବନ୍ଦ କରି କ୍ରିମ ଏବଂ ଗରମ ମସଲା ପକାଇ ଭଲ ଭାବରେ ମିଶାନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ରେଶମି ପନିର । ଏହାକୁ ଗରମ ଗରମ ପରଷନ୍ତୁ।ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।