ଆପଣ ସଂଧ୍ୟା ଜଳଖିଆ ପାଇଁ କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି । ତାହେଲେ ଆଜି ହିଁ ଘରେ ବନାନ୍ତୁ ଗରମାଗରମ ଖାସ୍ତା ‘ଚାଉଳ ବରା' । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
Also Read
ଆବଶ୍ୟକ ସାମଗ୍ରୀ:
ଉଷୁନା ଚାଉଳ, ବିରି, କଞ୍ଚାଲଙ୍କା, ରସୁଣ, ଅଦା, ତେଲ, ଖାଇବା ସୋଡ଼ା ଓ ଲୁଣ।
ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ଜିଲାପି’, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ
ପ୍ରସ୍ତୁତି ପ୍ରଣାଳୀ:
- ଉଷୁନା ଚାଉଳ ଓ ବିରିକୁ ୫-୬ ଘଣ୍ଟା ବତୁରାଇ ଦିଅନ୍ତୁ।
- ସେଥିରେ ଅଦା, ରସୁଣ, କଞ୍ଚାଲଙ୍କା ଦେଇ ଭଲ ଭାବରେ ଚିକ୍କଣ କରି ବାଟି ଦିଅନ୍ତୁ।
- ସେଥିରେ ସ୍ୱାଦ ଅନୁସାରେ ଲୁଣ, କଟା ଧନିଆପତ୍ର ଏବଂ ଅଳ୍ପ ଖାଇବାସୋଡ଼ା ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
- ବର୍ତ୍ତମାନ କଡ଼େଇରେ ତେଲ ଗରମ କରନ୍ତୁ।
- ତେଲ ଗରମ ହୋଇଗଲେ ଗୋଳା ହୋଇଥିବା ଆଣରେ ଗୋଲଗୋଲ ଛୋଟ ବରା ଛାଣନ୍ତୁ।
- କମ୍ ଆଞ୍ଚରେ ବରାଗୁଡ଼ିକୁ ଛାଣନ୍ତୁ। ବରା ଟିକିଏ ବାଦାମୀ ରଙ୍ଗ ହୋଇଗଲେ କଡ଼େଇରୁ କାଢ଼ି ଆଣନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା, 'ଟଚପଟା ଚାଉଳ ବରା ' । ଏହି ରେସିପିଟିକୁ ଆପଣ ସସ୍ କିମ୍ବା ପୋଦିନା ଚଟଣୀ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।