• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ବୁଟ ଡାଲି ହାଲୱା 

ଅଧିକାଂଶ ଲୋକ ମିଠା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଆମ ଖାଦ୍ୟରେ ମିଠା ନଥିଲେ ଖାଇବା ଅଧୁରା ଲାଗେ । ସାଧାରଣତଃ ଆପଣ ମାନେ ଜାଣିଥିବେ ଛେନାରୁ ବିଭିନ୍ନ ପ୍ରକାରର ମିଠାର ରେସିପି ତିଆରି ହୋଇଥାଏ । କିନ୍ତୁ ଆଗରୁ କେବେ ଡାଲିରେ ମିଠାର ରେସିପି ପ୍ରସ୍ତୁତ କରିଛନ୍ତି କି ? ଆଜି ଆମେ ଆପଣଙ୍କୁ ଏକ ସୁସ୍ୱାଦୁ ମିଠା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ କାରଣ ଏହି ରେସିପିଟି ଚଣା ଡାଲିରୁ ପ୍ରସ୍ତୁତି । ଏହି ରେସିପିର ନାଁ ହେଉଛି ‘ବୁଟ ଡାଲି ହାଲୱା । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ବୁଟ ଡାଲି ହାଲୱା ବନେଇବା ପାଇଁ ସାମଗ୍ରୀ: ଅଧା କପ୍ ବୁଟ ଡାଲି,ଅଧା କପ୍ କ୍ଷୀର, ଅଳ୍ପ ଗୁଜୁରାତି,୧ ଚାମଚ ଘିଅ, ଅଧା କପ୍ ଚିନି,ଅଧା କପ୍ ଘିଅ,ଅଳ୍ପ ବାଦାମ ଓ କାଜୁ ।

ପ୍ରସ୍ତୁତି ପ୍ରଣାଳୀ:

  • ପୂର୍ବରୁ ବୁଟ ଡାଲିକୁ ଭିଜାଇ ରଖନ୍ତୁ । ଏହାପରେ ବୁଟ ଡାଲିରୁ ପାଣି ବାହାର କରି ଏକ ପାତ୍ରରେ ରଖନ୍ତୁ
  • ଏହାପରେ ଭିଜା ବୁଟ ଡାଲିକୁ ଭଲଭାବେ ଗ୍ରାଇଣ୍ଡ କରି ଏକ ପାତ୍ରରେ ରଖନ୍ତୁ।
  • ଏହାପରେ ଚୁଲିରେ କଡେଇ ବସେଇ ଅଳ୍ପ ଘିଅ ଗରମ କରନ୍ତୁ।
  • ଏହାପରେ ଘିଅ ଗରମ ହୋଇଯିବା ପରେ ସେଥିରେ ବଟା ହୋଇଥିବା ବୁଟ ଡାଲିକୁ ପକାଇ ଏହାକୁ ଭାଜନ୍ତୁ ।
  • ବୁଟ ଡାଲିର ମିଶ୍ରଣକୁ ଗୋଲ୍ଡେନ ଏଣ୍ଡ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ ।
  • ଏହାପରେ ଆଉ ଏକ କଡେଇରେ ‍ଅଧା କପ୍ କ୍ଷୀରକୁ ଫୁଟାଇ ସେଥିରେ ବୁଟ ଡାଲିର ମିଶ୍ରଣକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ କମ୍ ଆଞ୍ଚରେ ଏହି ମିଶ୍ରଣକୁ ଫୁଟାନ୍ତୁ ଓ କ୍ଷୀର ଓ ଡାଲି ମିଶି ଶୁଖିବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ।
  • ଏହାପରେ ଏଥିରେ ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଏହି ମିଶ୍ରଣକୁ ଭଲଭାବେ ଗୋଳାନ୍ତୁ। ଏବେ ହାଲାୱା ଉପରେ କଟା କାଜୁ ଓ କଟା ବାଦାମ ଖଣ୍ଡକୁ ପକାଇ ମିଶାନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ବୁଟ ଡାଲି ହାଲୱା’ ଏହି ସହଜ ‘ବୁଟ ଡାଲି ହାଲୱା’ ରେସିପି ତିଆରି କରି ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।