Advertisment

କେବେ ଖାଇଛନ୍ତି ପନିରର ଏହି ରେସିପି

ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ...

ଅଦ୍ୟତନ ହୋଇଛି
Odia Style Paneer Sorisa Recipe

paneer sorisha recipe

Advertisment

ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଦେଶୀ ସୁଆଦିଆ ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।

Advertisment

ଆବଶ୍ୟକ ସାମଗ୍ରୀ:

ପନିର, କଦଳୀପତ୍ର, ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁ ରସ, ଲୁଣ, ତେଲ

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘କଦଳୀ କୋପ୍ତା’

    ପ୍ରସ୍ତୁତି ପ୍ରଣାଳୀ:

    • ପ୍ରଥମେ ବଜାରରୁ କିଛି ପନିର ଆଣନ୍ତୁ। ତାଙ୍କୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ।
    • ପରେ କଦଳୀ ପତ୍ର ଆଣି ତାକୁ ନିଆଁରେ ସେକି ରଖନ୍ତୁ।
    • ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପନିରକୁ ଛାଣନ୍ତୁ।
    • ଏହା ଛାଣି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
    • ଏହା ପରେ ପନିରରେ ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁ ରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।
    • ପରେ ସେକା କଦଳୀ ପତ୍ରରେ ମସଲା ଗୋଳା ପନିରକୁ ଗୋଡ଼ାଇ ରଖନ୍ତୁ।
    • ତା’ପରେ ତାୱାରେ ଅଳ୍ପ ତେଲ ପକାଇ ଗରମ କରନ୍ତୁ।
    • ତେଲ ଗରମ ହେବାପରେ କଦଳୀପତ୍ର ଗୋଡ଼ା ପନିରକୁ ସେଥିରେ ପକାନ୍ତୁ।
    • କିଛି ସମୟ ପରେ ତାକୁ ଓଲଟାଇ ଦିଅନ୍ତୁ। ଦୁଇ ପାଖ ହୋଇଯିବା ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
    Advertisment

    ଏବେ ପ୍ରସ୍ତୁତ ହୋଇଗଲା କଦଳୀପତ୍ର ଦିଆ’ସୋରିଷ ପନିର’। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ। ଏହାକୁ ବନେଇ ଘର ଲୋକଙ୍କୁ ପରଷନ୍ତୁ ।

    ଅଧିକ ପଢ଼ନ୍ତୁ: ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ 'ଜିରା ଛେନା ମସଲା' 

    Odia Food And Recipes
    ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
    Here are a few more articles:
    ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ